(ଜୟନ୍ତ କୁମାର ସେଠୀ/ଗୋପ): ବନ୍ୟା ପାଇଁ ଆଜି ସର୍ବସ୍ୱାନ୍ତ ହୋଇଛି ଚାଷୀ । ହେକ୍ଟର ହେକ୍ଟର ଧାନ ଫସଲ ପଚି ସଢି ନଷ୍ଟ ହୋଇଛି । ପୁରୀ ଜିଲ୍ଲା ଗୋପ ବ୍ଲକରେ ଧନୁଆ ନଦୀର ବନ୍ୟାରେ ପ୍ରଭାବିତ ହୋଇଛି ନୁଆ ଖୋଲମରା, ରାହାଁଗୋରଡା, ଡଭାର, ଅଣ୍ଡରାଇଚ୍ଛାପୁର ଆଦି ପଞ୍ଚାୟତର ଶହ ଶହ ଏକର ଚାଷଜମି । କେବଳ ଚାଷ ଉପରେ ନିର୍ଭର କରୁଥିବା ଏହିସବୁ ଅଞ୍ଚଳର ଲୋକେ ଏବେ ଜୀବନ ଜୀବିକାକୁ ନେଇ ହତାଶ ହୋଇଛନ୍ତି । ଧାନ ଚାଷ ପାଇଁ ବିହନ ଯୋଗାଇ ଦେବା ସହ କୃଷି ଋଣ ଛାଡ କରିବାକୁ ଏହି ଅଞ୍ଚଳର ଚାଷୀ ସରକାରଙ୍କ ସରକାରଙ୍କ ପାଖରେ ଦାବି କରିଛନ୍ତି ।