ମୁମ୍ବାଇ ବିମାନବନ୍ଦରରେ ବିମାନ ଉଡାଣ ବାତିଲ, ୩୦୦ ବିମାନ ଉଡାଣ ପ୍ରଭାବିତ

(ସୌମ୍ୟ ରଂଜନ ସେଠୀ): ମୁମ୍ବାଇ ବିମାନବନ୍ଦରରେ ସକାଳ ୧୧ ଟାରୁ ୫ଟା ପର୍ଯ୍ୟନ୍ତ ସମସ୍ତ ଉଡାଣକୁ ବାତିକ କରି ଦିଆଯାଇଛି । ଫଳରେ କିଛି ବିମାନର ଉଡ଼ାଣ ସମୟସୀମାକୁ ପରିବର୍ତ୍ତିତ କରାଯାଇ ଥିବାବେଳେ କିଛି ବିମାନର ଗତିପଥ ବଦଳାଇ ଦିଆଯାଇଛି। ମଙ୍ଗଳବାର ବିମାନ ବନ୍ଦରର ମୁଖ୍ୟ ରନ ୱେ ଓ ଦ୍ୱିତୀୟ ରନ ୱେରେ ମରାମତି କାର୍ୟ୍ୟ ହେଉଛି। ଫଳରେ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ବିମାନ ଚଳାଚଳକୁ ବନ୍ଦ ରଖାଯାଇ ଥିଲେ ମଧ୍ୟ ସନ୍ଧ୍ୟା ୭ଟା ପର୍ୟ୍ୟନ୍ତ ବିମାନ ଚଳାଚଳ ବିଳମ୍ବ ହେବାର ସମ୍ଭାବନା ଦେଖା ଦେଇଛି।

ମୁମ୍ବାଇ ବିମାନ ବନ୍ଦରରେ ପ୍ରତି ଦିନ ୯୭୦ ଟି ବିମାନ ଯାତାୟତ କରୁଥିବା ବେଳେ କେବଳ ୬ ଘଣ୍ଟା ପାଇଁ ବିମାନ ବନ୍ଦରକୁ ବନ୍ଦ କରିବା ଦ୍ୱାରା ୩୦୦ରୁ ଊଦ୍ଧ୍ୱ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ୪କୋଟି ଯାତ୍ରୀଙ୍କୁ ଗମନାଗମନ କରିବାକ୍ଷମତା ସମ୍ପନ୍ନ ଏହି ବିମାନ ବନ୍ଦରରେ ଚଳିତ ବର୍ଷ ୪କୋଟି ୮୦ଲକ୍ଷ ଯାତ୍ରୀ ଅଦ୍ୟାବଧି ଗମନା ଗମନ କରିଛନ୍ତି। ଫଳରେ ଅନ୍ୟାନ୍ୟ ବିମାନ ବନ୍ଦର ଠାରୁ ମୁମ୍ବଇ ବିମାନ ବନ୍ଦର ଅଧିକ ବ୍ୟସ୍ତ ବହୂଳ ଏଥିରେ ସନ୍ଦେହ ନାହିଁ।