ଗୃହ କମିଟି ଜେରାରେ କ୍ଷମା ମାଗିଲେ ଅଭିଜିତ ଆୟାର

(ରିପୋର୍ଟସ ଡ଼ୁଟେ): କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ବିଧାୟକଙ୍କ ସଂପର୍କରେ ଅପମାନ ସୂଚକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ଅଭିଜିତ୍ ଆୟାର ଆଜି ବିଧାନ ସଭା ଗୃହ କମିଟିରେ ହାଜର ହୋଇଛନ୍ତି । ବିଧାନ ସଭାର ୫୪ ନମ୍ବର ପ୍ରକୋଷ୍ଠରେ ବୈଠକ ବସିଥିଲା । ଜେରା ସମୟରେ ନିଜ ଭୂଲ ସ୍ୱିକାର କରିଛନ୍ତି ସେ । ତାହା ସହ ଗୃହ ଆଗରେ କ୍ଷମା ପ୍ରାର୍ଥନା କରିଛନ୍ତି ଆୟାର । ଟ୍ୱିଟ୍ ଜରିଆରେ ଓଡ଼ିଶା ସଂପର୍କରେ ଦେଇଥିବା ମନ୍ତବ୍ୟ ତାଙ୍କୁ ମହଙ୍ଗା ପଡ଼ିଛି । ଆୟାରଙ୍କ ଠାରୁ ସତ୍ୟପାଠ ତଲବ କଲେ ବିଧାନସଭା ଗୃହ କମିଟି । ଆସନ୍ତା ନଭେମ୍ବର ୨ରେ ପୁଣି ଥରେ ହାଜର ହେବାକୁ ଆୟାରଙ୍କୁ ନିର୍ଦେଶ ଦିଆଯାଇଛି । ସେହିଦିନ ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି ଗୃହ କମିଟି । ଜେରା ପରେ ଏନେଇ କମିଟି ଅଧକ୍ଷ ନରସିଂହ ମିଶ୍ର ସୂଚନା ଦେଇଛନ୍ତି । ସେହିପରି ବର୍ତମାନ ତଦନ୍ତ ଅସମାପ୍ତ ରହିଛି । ଅଭିଯୋଗ ଉପରେ ତଦନ୍ତ ଜାରି ରହିଛି । ସତ୍ୟପାଠ ଦାଖଲ ପରେ ପରବର୍ତୀ ନିଷ୍ପତି ନିଆଯିବ ବୋଲି କମିଟି ଅଧ୍ୟକ୍ଷ କହିଛନ୍ତି ।