(ଅମରେନ୍ଦ୍ର ଦେହୁରୀ): ଯୁଆଙ୍ଗଙ୍କ ଜମି ଜବରଦଖଲ ବିରୋଧୀ କରି ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜିତ ହୋଇଛି । କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକର ନଳପଙ୍ଗା ଗ୍ରାମରେ ୨୭ଟି କୁଡୁମି ପରିବାରର ଜମି ଯୁଆଙ୍ଗମାନେ ଜବରଦଖଲ କରୁଛନ୍ତି । ସେହି ୨୭ଟି ପରିବାର ରାଜାଙ୍କ ଅମଳରୁ ସେଠାରେ ବସବାସ କରୁଥିବା ବେଳେ ୧୯୫୦ ମସିହାରେ ନିୟମ ମୁତାବକ ଜମି କିଣି ପଟ୍ଟା ପାଇଛନ୍ତି । ସେଠାକାର ଏକ ସ୍ବେଛାସେବୀ ସଂଗଠନ ପ୍ରରୋଚନାରେ ଯୁଆଙ୍ଗ ମାନେ ଏପରି ପଦକ୍ଷେପ ନେଇଥିବାର ଅନୁମିତ ହୁଏ । ତେବେ ଏଥିନିମନ୍ତେ ୨୭ଟି ପରିବାର ଥାନା ତହସିଲଦାର ଏସ ଡି ଓ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଗଣତାନ୍ତ୍ରିକ ଶାସନରେ ଏମାନଙ୍କୁ ନ୍ୟାର୍ଯ୍ୟ ଅଧିକାର ମିଳୁ ନାହିଁ । ଚାଷୀ ପରିବାର ଜମିବିନା ଦୁର୍ଦଶାରେ ରହିଛନ୍ତି । ନଳପଙ୍ଗା ଗ୍ରାମର କୁଡୁମୀଙ୍କ ଏପରି ଦୁର୍ଦଶାରେ ଓଡିଶା କୁଡୁମି ସମାଜ ଆସନ୍ତା ନଭେମ୍ବର ୨ ତାରିଖରେ ବିରାଟ ପ୍ରତିବାଦ ସଭା ଆୟୋଜନ କରିଛି । ସାରା ଓଡିଶାରୁ ୧୦ ହଜାର କୁଡୁମି ପ୍ରତିବାଦ ସଭ। ରେ ଯୋଗ ଦେବେ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ ।