ଅମୃତସର ରେଳ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ପ୍ରଧାମନ୍ତ୍ରୀ

(ମମତା ସାମଲ) : ରାବଣ ପୋଡି ବେଳେ ଅମୃତସର ଘଟିଥିବା ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସେ କହିଛନ୍ତି , ଅମୃତସର ସହରରେ ରେଳ ଦୁର୍ଘଟଣାକୁ ନେଇ ମୁଁ ଗଭୀର ଭାବେ ମର୍ମାହତ । ଏହି ଦୁଃଖଦ ଘଟଣା ମର୍ମ ବିଦାରକ । ଯେଉଁ ପରିବାର ସେମାନଙ୍କ ପ୍ରିୟ ସଦସ୍ୟମାନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୁଁ ଗଭୀର ସମବେଦନା ବ୍ୟକ୍ତ କରୁଛି ଏବଂ ପ୍ରାର୍ଥନା କରୁଛି ଯେ ଆହତ ବ୍ୟକ୍ତିମାନେ ଶୀଘ୍ର ସୁସ୍ଥତା ଲାଭ କରନ୍ତୁ । ତୁରନ୍ତ ଆବଶ୍ୟକ ସହାୟତା ପ୍ରଦାନ କରିବା ପାଇଁ ବିଭାଗୀୟ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟର ମାଧ୍ୟମରେ ପ୍ରକାଶ କରିଛନ୍ତି ।