୮୦ କେଜି ଭାଙ୍ଗ ଜବ, ଜଣେ ଗିରଫ

(ଗୋପ/ଜୟନ୍ତ ସେଠୀ): ପୁରୀ ଜିଲ୍ଲାରେ ଦିନକୁ ଦିନ ବେଆଇନ ନିଶା କାରବାର ବଢ଼ିବାରେ ଲାଗିଛି। ତେବେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏ ନେଇ ବିଭିନ୍ନ ସମୟରେ ଚଢ଼ାଉ ଜାରି ରହିଛି। ବେଆଇନ ଭାଙ୍ଗ ବ୍ୟବସାୟ କରୁଥିବା ଜଣାପଡିବା ପରେ ଚନ୍ଦନ ପୁର ଅଂଚଳର ସଦାଶିବ ସାହୁଙ୍କ ଘର ଉପରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ କରାଯାଇ ୮୦ କେଜି ଭାଙ୍ଗ ଜବତ କରାଯାଇଛି। ଅନ୍ୟପଟେ ଅଭିଯୁକ୍ତ କେଉଁଠୁ ଏହି ସବୁ ଆଣି ବ୍ୟବସାୟ କରୁଥିଲେ ଓ ଆଉ କାହାର ଏଥିରେ ହାତ ଅଛି ପୁରୀ ଜିଲ୍ଲା ଅବକରୀ ବିଭାଗ ପକ୍ଷରୁ ତଦନ୍ତ ଚାଲିଛି। ଅନ୍ୟପଟେ ବେଆଇନ ନିଶା କାରବାର ଅଭିଯୋଗରେ ଅଭିଯୁକ୍ତ ସଦାଶିବ ସାହୁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।