ଗୁପଚୁପ୍ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ

(ମମତା ସାମଲ): ଆମେ ବଜାର ବୁଲିବାକୁ ଗଲେ ଚଟପଟି ଖାଦ୍ୟ ଖାଇବାକୁ ଇଚ୍ଛା ହୋଇଥାଏ । ଯେପରି ଚାଟ, ଗୁପଚୁପ ଇତ୍ୟାଦି ଖାଦ୍ୟ । ଗୁପଚୁପର ନାଁ ଶୁଣିଲେ ଅନେକଙ୍କ ମୁହଁରେ ପାଣି ଆସିଯାଏ। ଏହି ଗୁପଚୁପ ସ୍ୱାଦଯୁକ୍ତ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ ଲାଭଦାୟକ ଅଟେ।

ଏସିଡିଟି ସମସ୍ୟା : ଗୁପଚୁପର ପାଣି ପ୍ରସ୍ତୁତ କରିବା ପାଇଁ ସେଥିରେ ଜିରା, ଗୋଲ ମରିଚ ଓ କଳା ଲୁଣ ବ୍ୟବହୃତ କରାଯାଇଥାଏ। ଏହା ସ୍ୱାଦଯୁକ୍ତ ହେବା ସହ ଆପଣଙ୍କର ପେଟ ସମସ୍ୟାକୁ ଦୂର କରିଥାଏ। ଗୁପଚୁପ ପାଣି ପିଇବା ଦ୍ୱାରା ଏସିଡିଟି ସମସ୍ୟା ଦୂର ହୋଇଥାଏ।

ଓଜନ କମ୍ କରିଥାଏ : ଯଦି ଆପଣ ଓଜନ କମ କରିବାକୁ ଚାହୁଁଥାନ୍ତି ତେବେ ଗୁପଚୁପ ପାଣି ଲାଭଦାୟକ ହୋଇଥାଏ। ଗୁପଚୁପ ପାଣି ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହେଉଥିବା ମସଲା ଦେହ ନିମନ୍ତେ ଉପକାରୀ ଅଟେ। ଏହା ଆମ ପାଚନ କ୍ରିୟାକୁ ଠିକ ଭାବେ ପରିଚାଳିତ କରିଥାଏ।

ପାଟିର ଛାଲ ଠିକ କରେ : ଗୁପଚୁପ ପାଣି ପ୍ରସ୍ତୁତ କରିବା ପାଇଁ ସେଥିରେ ରାଗ ଓ ଖଟାମିଠା ମସଲା ବ୍ୟବହୃତ କରାଯାଇଥାଏ। ଏହି ମସଲା ପାଟି ଭିତରେ ସୃଷ୍ଟି ହେଉଥିବା ଛାଲକୁ ଠିକ କରିବାରେ ସାହାର୍ୟ୍ୟ କରିଥାଏ। ଏହି ପାଣି ପେଟ ସମସ୍ୟା ଦୂର କରି ପାଟିର ଛାଲ ଭଲ କରିଥାଏ।

ଦେହ ଭଲ ନଲାଗିବା : ବେଳେବେଳେ ଦେହ ଭଲ ନ ଲାଗି ଅସ୍ତବ୍ୟସ୍ତ ଲାଗିଥାଏ। ତେବେ ଏହି ସମୟରେ ଗୁପଚୁପ ଖାଇଲେ ଆଶ୍ୱସ୍ତି ମିଳିଥାଏ।