ଲାଞ୍ଚ ମାଗି ହୀନସ୍ତା ହେଲେ ଥାନା ଅଧିକାରୀ

(ରିପୋର୍ଟରସ ଟୁଡେ, ଅନୁଗୁଳ): ଲାଞ୍ଚ ମାଗି ହୀନସ୍ତା ହେଲେ ଥାନା ଅଧିକାରୀ । ଘରୋଇ କଳିକୁ ସମାଧାନ କରିବାକୁ ଯାଇ ଲାଞ୍ଚ ମାଗିଥିଲେ ଥାନା ବାବୁ । ଅଭିଯୋଗ ଆସିବାପରେ ଥାନା ଅଧିକାରୀ ନିଲମ୍ବିତ ହୋଇଛନ୍ତି । ଏହି ଘଟଣା ଦେଖିବାକୁ ମିଳିଛି ଅନୁୂଗୁଳ ଜିଲ୍ଲା ରେଙ୍ଗାଲି ଅଞ୍ଚଳରେ । ସୁଚନାନୁସାରେ ରେଙ୍ଗାଲି ଥାନା ଏଏସଆଇ କାର୍ତ୍ତିକ ବେହେରା ଏକ ଘରୋଇ କଳିର ସମାଧ଼ାନ କରିବା ପାଇଁ ଲାଞ୍ଚ ମାଗିଥିଲେ । ତାପରେ ଯେଉଁ ବ୍ୟକ୍ତିଙ୍କ ଠାରୁ ଥାନା ଅଧିକାରୀ ଲାଞ୍ଚ ମାଗିଥିଲେ ସେ ଏନେଇ ଏସପି ଜଗମୋହନ ମିନାଙ୍କ ପାଖରେ ଅଭିଯୋଗ କରିଥିଲେ । ଏସପି ଜଗମୋହନ ମିନା ଅଭିଯୋଗକୁ ଆଧାର କରି ଲାଞ୍ଚ ମାଗିଥିବା ଥାନା ଏଏସଆଇ କାର୍ତ୍ତିକ ବେହେରାଙ୍କୁ ପଦବୀରୁ ନିଲମ୍ବିତ କରିଛନ୍ତି ।