( ଜଗନ୍ନାଥ ଅଗ୍ରୱାଲ): ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଶଙ୍ଖପୁର ଛକ ନିକଟରେ ଘଟିଛି ସଡକ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ । ମୃତ ଜଣକ ହେଲେ ବନ୍ତଳା ଥାନା ପୋକତୁଙ୍ଗା ଗାଁର ଦୁଶାସନ ଦେହୁରୀ ବୋଲି ଜଣାପଡିଛି । ଖବର ପାଇ ବନ୍ତଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଚଳାଇଛି ।