ଜୟନ୍ତ ସେଠୀ/ ଗୋପ: ବାତ୍ୟା ଫନିକୁ ୧୪ ମାସ ପୁରିଲା । କିନ୍ତୁ ବାତ୍ୟା ବିପନ୍ନଙ୍କ ସୁଧିରି ପାରିଲା ନାହିଁ ଅବସ୍ଥା । ନା ମିଳିଲା ଘର ଭଙ୍ଗା ସହାୟତା ନା ମିଳିଲା ସରକାରୀ ପକ୍କା ଗୃହ । କେବଳ ତଦନ୍ତରେ ସିମୀତ ରହିଯାଇଛି ସରକାରୀ ସାହାଯ୍ୟ ସହଯୋଗ । ଏକ ବର୍ଷରୁ ଊଦ୍ଧ୍ୱର୍ ସମୟ ହେଲା ପୁରୀ ଜିଲ୍ଲା ନିମାପଡା ବଡମାଛପୁର ଦଳିତ ସାହିର ବାତ୍ୟା ବିପନ୍ନ ପଲିଥିନ ଓ ଝାଟିମାଟି ଭଙ୍ଗା କୁଡିଅ।ରେ ଦିନ କାଟୁଛନ୍ତି । ସେପଟେ ବାତ୍ୟା ବିପନ୍ନଙ୍କର ଏଭଳି ଅବସ୍ଥା ପାଇଁ ପ୍ରଶାସନିକ ଅଧିକାରୀ ଦାୟୀ ବୋଲି ଅଭିଯୋଗ ଅ।ଣିଛନ୍ତି ସ୍ଥାନୀୟ ସରପଚଂ ।
ନିମାପଡା ବଡମାଛପୁର ପଚଂ।ୟତ ୩ନଂ ଓ୍ଵାର୍ଡର ସର୍ବେଶ୍ଵର ମଲିକ, ଅଟୋ ଡ୍ରାଇଭର ଭ।ବରେ କାର୍ୟ୍ୟକରି ନିଜର ପରିବାର ଭରଣପୋଷଣ କରିଥାନ୍ତି । ପତ୍ନୀ ଓ ନିଜେ ମଧୁମେହ ରୋଗରେ ପିଡୀତ । ପରିବାର ଭରଣପୋଷଣ ସହିତ ପିଲାଙ୍କ ପାଠପଢା ଓ ଔଷଧ ଖର୍ଚ୍ଚ ନିଜ ରୋଜଗାରରେ ଭରଣ ହୋଇ ପାରୁନଥିବା ବେଳେ ସବୁକିଛି ବାତ୍ୟା ଫନିରେ ଛାରଖାର ହୋଇଯାଇଥିଲା । ଅ।ଜବେଷ୍ଟସ ୩ ବଖରା ଘର ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇ ଯାଇଥିଲା । ସରକାରୀସ୍ତରରେ ମିଳିଥିଲା ଖଣ୍ତେ ପଲିଥିନ, ହଜାରେ ଟଙ୍କା ଓ ବସ୍ତାଏ ଚାଉଳ । ସେହି ସରକାରୀ ପଲିଥିନ ତଳେ ମୁଣ୍ଡ ଗୁଜିଂ ବର୍ଷେ ହେଲା ରହୁଛନ୍ତି ସର୍ବେଶ୍ୱରଙ୍କ ପରିବାର । ଘର ଭଙ୍ଗା ସହାୟତା ଓ ପଜ୍କା ଗୃହ ପାଇଁ ତଦନ୍ତ ପରେ ତଦନ୍ତ ହୋଇଛି କିନ୍ତୁ ସରକାରୀ ବାବୁଙ୍କ ତାଲିକା ରେ ତାଙ୍କର ନାମ ସାମିଲ ହୋଇପାରି ନାହିଁ ।
ସେପଟେ ତଦନ୍ତ ପରେ ତଦନ୍ତ କରାଯାଇଛି । କିନ୍ତୁ ଅ।ମର ସମସ୍ୟାରେ କୈାଣସି ସୁଧାର ଅ।ସିନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଥିବା ବେଳେ ବିପନ୍ନଙ୍କର ଏଭଳି ସମସ୍ୟା ପାଇଁ ପ୍ରଶାସନିକ ଅଧିକାରୀମାନେ ଦାୟୀ ବୋଲି ସ୍ଥାନୀୟ ସରପଂଚ ଅଭିଯୋଗ କରିଛନ୍ତି । ତେବେ ପଚଂ।ୟତରେ କେବଳ ଯେ ଦଳିତ ସାହିର ଲୋକମାନେ ଏଭଳି ଅବସ୍ଥାରେ ଦିନ କାଟୁଛନ୍ତି ତା ନୁହଁ ପଚଂ।ୟତର ଶତାଧିକ ଲୋକ ଏବେ ଝାଟିମାଟି କଚ୍ଚା ପଲିଥିନ ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ବାତ୍ୟା ପରେ ପ୍ରଶାସନିକ ଅଧିକାରୀଙ୍କ ମନୋମୁଖୀ କାର୍ୟ୍ୟ ପାଇଁ ବିପନ୍ନମାନଙ୍କର ଏଭଳି ସମସ୍ୟା ଉପୁଜିଛି ବୋଲି ଅଭିଯୋଗ କରିବା ସହିତ ବିପନ୍ନ ମାନଙ୍କୁ ପକ୍କା ଗୃହ ଯୋଗାଇ ଦେବାକୁ ଦାବୀ ହେଉଛି ।