କଂଚୁଡୁ ସେବା ସମବାୟ ସମିତି ସମ୍ପାଦକଙ୍କ ବିୟୋଗରେ ଶୋକର ଛାୟା

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ହିଂଜିଳିକାଟୁ ବ୍ଲକର କଂଚୁଡୁ ଗାଁ ସେବା ସମବାୟ ସମିତି ସମ୍ପାଦକ ଦେବରାଜ ମହାନ୍ତିଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଆଜିକୁ ୮ ଦିନ ତଳେ ଭୁବେନେଶ୍ୱର ସ୍ଥିତ ଘରୋଇ ଅପୋଲୋ ହସ୍ପିଟାଲରେ ତାଙ୍କର ନିଧନ ହୋଇଥିଲା । ସ୍ୱର୍ଗତ ଦେବରାଜ ମହାନ୍ତି ସ୍ଥାନୀୟ ଚାଷୀଙ୍କ ସୁଖ ଦୁଃଖରେ ଠିଆ ହୋଇ ସରକାରୀ ସାହାଯ୍ୟ ଯୋଗାଇ ଥିଲେ । ତାଙ୍କର ନିଧନ ବେଳେ ତାଙ୍କର ଭଣଜା ଦୀପକ ମହାନ୍ତି ଉପସ୍ଥିତ ଥିଲେ । ଭୁବେନେଶ୍ୱର ସ୍ଥିତ ସତ୍ୟନଗର ଶ୍ମସାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କ ବିୟୋଗରେ ହିଂଜିଳି ବ୍ଳକର ସମବାୟ ସମିତିର ସଦସ୍ୟମାନେ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ କଂଚୁଡୁ ଗାଁ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।