ବ୍ରହ୍ମପୁର: ସାଧାରଣ ପରିବହନ ଓ କ୍ୱାରେଣ୍ଟାଇଡ଼ ସେଣ୍ଟରକୁ ବିଶୋଧନ କରିବା ପାଇଁ ବ୍ରହ୍ମପୁର ଆଇଆଇଟି ଏକ ରୋବର୍ଟର ପ୍ରସ୍ତୁତି କରିଛି । ଏହା ଅଲଟ୍ରାଭାଉଲେଟ ରଶ୍ମୀ ପ୍ରୟୋଗରେ ବିଶୋଧନ କାର୍ଯ୍ୟ କରିବ । ଡ ରଜତ କୁମାର ପାଣିଗ୍ରାହୀ, ଏହି ଅନୁଷ୍ଠାନର ପ୍ରିନସିପାଲ କହିଛନ୍ତି, ଏହି ଉପକରଣର ନାମକରଣ ୟୁଭିସି ରୋବୋ ୱାରିଅର ଦିଆଯାଇଛି । ଏହା ୟୁଭି ଲାଇଟ ନିର୍ଗତ କରି ସାଧାରଣ ପରିବହନର ଉପରିଭାଗ ଓ କୋଭିଡ-୧୯ ରୋଗୀ ରହୁଥିବା କୋଠରୀକୁ ବିଶୋଧନ କରିପାରିବ ।
ଏହି ରୋବର୍ଟର ବ୍ୟବହାରକୁ ନେଇ ଡ ପାଣିଗ୍ରାହୀ କହିଛନ୍ତି, ଏହାକୁ ଟାର୍ଗେଟ ଅଞ୍ଚଳ ନିକଟକୁ ପଠାଯାଇ ପାରିଛି । ଏହି ରୋବଟର ୟୁଭି ରଶ୍ମୀକୁ ୨୫୪ ମିଟର ପର୍ଯ୍ୟନ୍ତ ଭୂତାଣୁର ନ୍ୟୁକ୍ଲେରିକ ଏସିଡ ଓ ଥାଇମାଇନ ଡାଇମରକୁ ଶୋଷି ପ୍ରୋଟିନିକଏସିଡକୁ ଅଲଗା କରିପାରେ । ଏହି ରୋବଟକୁ ବ୍ଲୁଟୁଥ ମାଧ୍ୟମରେ ଏକ ଆଣ୍ଡ୍ରଏଡ ମୋବାଇଲ ଦ୍ୱାରା ଦୂର ଜାଗାରୁ ମଧ୍ୟ ନିୟନ୍ତ୍ରିତ କରାଯାଇପାରେ । ରୋବଟର ଆଖିରେ ଲଗାଯାଇଥିବା କ୍ୟାମେରାରେ ଡିସଇଫେକ୍ସନ ସ୍ଇଳକୁ ମୋବାଇଲ ସ୍କ୍ରିନରେ ଦେଖାଯାଇ ପାରିବ । ଏଥିରେ ଲାଗିଥିବା ସେନ୍ସର ଏହାକୁ ତାର ମାର୍ଗରେ ଆସୁଥିବା କାନ୍ଥ, କୌଣସି ଜିନିଷ ସହ ଧକ୍କା ଖାଇବାରୁ ରକ୍ଷା କରିବ । ଏହାକୁ ହାଲକା ପ୍ଲାଏ କାଠ ଓ ଚାର୍ଜ କରାଯାଇଥିବା ବ୍ୟାଟେରୀରେ ପ୍ରସ୍ତୁତ କରାଯାଇଛି । ଏହାର ମୂଲ୍ୟ ୭ହଜାର ୫ଶହ ଟଙ୍କା ଥିବା ଡ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।