ଘରେ ପ୍ରସ୍ତୁତ କରନ୍ତୁ ତିଆସି ଚଣା ଚଟପଟି

(ରିପୋର୍ଟସଟୁଡେ): ଆବଶ୍ୟକୀୟ ସାମଗ୍ରୀ: ତିଆସି ଚଣା, କଟା ପିଆଜ, କ୍ୟାପ୍‌ସିକମ୍‌, ଭୁର୍ସଙ୍ଗ ପତ୍ର, କଟା ଅଦା ଓ ରସୁଣ, କଞ୍ଚାଲଙ୍କା, ଚିଲି ସସ୍‌, ଟମାଟୋ ସସ୍‌, ସୋୟା ସସ୍, ଲୁଣ, ପିଆଜ ସଣ୍ଢା ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ତିଆସି ଚଣାକୁ ସିଝାଇ ଦିଅନ୍ତି। ସିଝାଇବା ବେଳେ ସେଥିରେ ଟିକେ ଲୁଣ ପକାନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ କରି କଟା ଅଦା, ରସୁଣ ଓ ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଯିବା ପରେ ଭୁର୍ସଙ୍ଗ ପତ୍ର, କଞ୍ଚା ଲଙ୍କା ଓ କଟା କ୍ୟାପସିକମ୍‌ ପକାନ୍ତୁ। ଏହାପରେ ସେଥିରେ ସିଝା ତିଆସି ଚଣା, ସ୍ୱାଦ ଅନୁସାରେ ଲୁଣ ଓ ପିଆଜ ସଣ୍ଢା ପକାଇ ଭଲ ଭାବରେ ଗୋଳାନ୍ତୁ। ପରେ ଏଥିରେ ଟମାଟୋ ସସ୍‌, ଚିଲି ସସ୍‌, ସୋୟା ସସ୍‌ ପକାଇ ଭଲ ଭାବରେ ଗୋଳାଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୨ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ‘ତିଆସି ଚଣା ଚଟ୍‌ପଟି’।