ବିଭିନ୍ନ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି, ଉଧାର କରୁଛନ୍ତି ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଟିମ

(ଆଦର୍ଶ ରାଉତ) : ଲଗାଣ ବର୍ଷା ଯୋଗୁଁ ଋଷିକୂଲ୍ୟା, ମହେନ୍ଦ୍ରତନୟା, ବଂଶଧରା, ବଡ଼ନଦୀ ଓ ବାହୁଦା ନଦୀରେ ଜଳସ୍ତର ବୃଦ୍ଧି ପାଇଥିବାବେଳେ ଗଂଜାମର ସମସ୍ତ ସ୍ଥାନରେ ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରଶାସନ ବ୍ୟବସ୍ଥା କରିଥିବାବେଳେ ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ସଜାଗ ରହିଛନ୍ତି ।ଗଂଜାମରେ ଋଷିକୂଲ୍ୟା, ଗଜପତିର ମହେନ୍ଦ୍ରତନୟା ଓ ରାୟଗଡ଼ାର କାଶୀନଗର ନିକଟରେ ବଂଶଧରାରେ ସମେତ ବଡ଼ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଯାହାକି ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଗଂଜାମ ନୂଆଗାଁ, ଭଂଜନଗର, ଆସ୍କାରେ ବଡ଼ ନଦୀଗୁଡ଼ିକରେ ବିପଦ ସଙ୍କେତ ଉପରେ ନଦୀ ଜଳ ରହିଛି । କବିସୂର୍ୟ୍ୟନଗରରେ ବାହୁଦା ନଦୀରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି ।

ଲୋକଙ୍କୁ ଉଦ୍ଧାର କରିବାକୁ ୧୪ଟି ଏନ୍ଡିଆର୍ଏଫ୍, ୧୨ଟି ଓଡ୍ରାଫ ଓ ୩୦୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଗଜପତିରେ ୧୩, ୧୪୮ ଲୋକଙ୍କୁ ରିଲିଫ୍ କେନ୍ଦ୍ରକୁ ସୁରକ୍ଷିତଭାବେ ନିଆଯାଇଛି । ସେପଟେ ୧୦ଟି ଅଗ୍ନିଶମ ଟିମ୍କୁ ଗଂଜାମ ପଠାଯାଇଛି । ସେହିପରି ରାୟଗଡ଼ାରେ ୧୬ଟି ସ୍ଥାନରେ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଏହା ସହିତ ୧୧୩୮ ଲୋକ ରିଲିଫ୍ ବାଣ୍ଟୁଛନ୍ତି । ସେହିପରି ଖୋର୍ଦ୍ଦା ଜିଲ୍ଲା ଚିଲିକା ବ୍ଲକର ଜରିପଡା ଗ୍ରାମ ଓ ଟାଙ୍ଗି ଅଞ୍ଚଳରେ ପାଣି ଘେରରେ ଥିବା ସମସ୍ତ ଲୋକଙ୍କୁ ଓଡ୍ରାଫ୍ ଟିମ ଉଧାର କରୁଛି ।