(ଜୟନ୍ତ ସେଠୀ, ଗୋପ): ଜୁନ ୨୩ରେ ରଥଯାତ୍ରା । ଆଉ ମାତ୍ର ଗୋଟିଏ ସପ୍ତାହ ଥିବାବେଳେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବ କି ? ଏ ନେଇ ଆଶା ଆଶଙ୍କା ଜାରି ରହିଛି । ଗୋଟିଏ ପଟେ ରଥ ଖଳାରେ ରଥ ନିର୍ମାଣ କାର୍ୟ୍ୟ ଦ୍ରୁତ ଗତିରେ ଚାଲିଛି ଏନେଇ ସିଧା ସଳଖ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ରଥ ନିର୍ମାଣକାର ସେବାୟତ ସହିତ ।