(ହିଞ୍ଜିଳି/ରଜନୀକାନ୍ତ ପାତ୍ର): କୋରନା ଭାଇରସକୁ ମୁକାବିଲା ପାଇଁ ସଚେତନତା ଦରକାର ବୋଲି କୁହାଉଥିବା ବେଳେ ଗଂଜାମ ଜିଲ୍ଲାର ସମସ୍ତ ଅଂଚଳରେ ଆଜି ଠାରୁ ଆରମ୍ଭ ହୋଇଯାଇଛି କୋରୋନା ଚିହ୍ନଟ ଅଭିଯାନ ପ୍ରକିୟା । ଆଜି ସକାଳ ଠାରୁ ହିଂଜିଳି ଅଂଚଳର ବିଭିନ୍ନ ଗାଁ ର ଘର କୁ ଘର ବୁଲି ଆଶା ଦିଦି ଓ ଏ ଏନ ଏମ ମାନେ ଚିହ୍ନଟ ଅଭିଯାନ ଆରମ୍ଭ କରିଛନ୍ତି । ଘର ଘର ବୁଲି ପ୍ରତ୍ୟେକ ଲୋକର ସ୍ବାସ୍ଥ୍ୟବସ୍ଥା ବୁଝାସୁଝା କରୁଛନ୍ତି ।