ସୁବର୍ଣ୍ଣପୁର ଜିଲ୍ଲା ଟାଉନ ହଲ ଠାରେ ପହଞ୍ଚିଲା ‘’ମୋ ଭାରତ ସୁବର୍ଣ୍ଣ ଭାରତ ପ୍ରଦର୍ଶନୀ ବସ୍’’

(ଓମପ୍ରକାଶ ମିଶ୍ର): ମୋ ଭାରତ ସୁବର୍ଣ୍ଣ ଭାରତର ଏକ ପ୍ରଦର୍ଶନୀ ବସ ସୁବର୍ଣ୍ଣପୁର ଜିଲ୍ଲା ଟାଉନ ହଲଠାରେ ପହଞ୍ଚିଥିଲା.. ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଦ୍ୟାଳୟ ପକ୍ଷରୁ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା.. ମୋ ଭାରତ ସୁବର୍ଣ୍ଣ ଭରାତ ସଚେତନତା ରଥ ସୋନପୁର ସହରଠାରେ ପହଞ୍ଚି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୋନପୁର ମନମୁଣ୍ଡା ସ୍ୱଚ୍ଛ ଭାରତ ଅନୁଷ୍ଠାନର ସଭାପତି ଲକ୍ଷ୍ମୀ ନାରାୟଣ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ କହିଥିଲେ ୨୦୧୭ ଅଗଷ୍ଟ ୧୨ ତାରିଖରେ ଗୁଜୁରାଟ ଅହମଦାବାଦରୁ ବାହାରିଥିବା ଜନ ଜାଗ୍ରତ ଯାତ୍ରା ଗତକାଲି ଅପରାହ୍ନ ୩ ଟାରେ ସୋନପୁର ସହରରେ ପହଞ୍ଚି ଥିଲା । ବିଦ୍ୟାଳୟର ସମ୍ମାନିତ ଅତିଥି ଭାବେ ବ୍ରହ୍ମା କୁମାରୀ ତପସ୍ୱୀନୀ କହିଛନ୍ତି ଏହି ପ୍ରଦରର୍ଶନୀ ବସ ସୋନପୁର ସହରରେ ପହଞ୍ଚିବା ପରେ ରାତି ୯ ଟା ଯାଏ ଟାଉନ ହଲ ଭୀମଭୋଇ କଳାମଣ୍ଡପ ଠାରେ ଏକ ଆଧ୍ୟାତ୍ମିିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସେ ଆହୁୁରୀ ମଧ୍ୟ କହିଥିଲେ ସ୍ୱଚ୍ଛ ଭାରତ ପାଇଁ ଲୋକଙ୍କ ସକ୍ରିୟ ଭୂମିକା ହେତୁ ଯୁବକ ଯୁବତୀମାନଙ୍କ ମଧ୍ୟରେ ପ୍ରଗତି ଆଣିବା ନିଶ୍ଚିତ ବୋଲି କହିଥିଲେ । ଏହି ସମାରୋହରେ ଉପସ୍ଥିତ ଥିବା ସ୍ୱଚ୍ଛ ଭାରତର ସଭାପତି ଲକ୍ଷ୍ମୀ ନାରାୟଣ ମେହେର, ଆର୍.ଏସ୍.ଏସ୍.ରଶ୍ମି ରଞନ ଦାସ ଓ ବ୍ରହ୍ମ। କୁମାରୀ ପ୍ରମୁଖ ଉପସ୍ଥିତ ରହି ପୁରଷ ଏବଂ ମହିଳା ମାନେ ସ୍ୱଛତା ଓ ସଚେତନତା ଦିଗରେ ଗୁରୁତ୍ବ ଦେବା ନିହାତି ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ କୁନି କୁନି ବାଳିକାମାନଙ୍କ ପାଇଁ ନାଚ, ଗୀତର ଆୟୋଜନ କରାଯାଇଥିଲା ।