ରାଜ୍ୟରେ ଆଉ ୭୬ କୋରୋନା ଆକ୍ରାନ୍ତ ସୁସ୍ଥ

(ରିପୋଟର୍ସ ଟୁଡେ/ଭୁବନେଶ୍ୱ): ରାଜ୍ୟରେ ପୁଣି ୭୬ କୋରୋନା ସଂକ୍ରମଣ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି । ସୂଚନାନୁଯାୟୀ, ସର୍ବାଧିକ କେନ୍ଦ୍ରାପଡା ଜିଲ୍ଲାରେ ୧୭, ଅନଗୁଳ ଓ ଜଗସିଂହପୁର ଜିଲ୍ଲାରୁ ୨ ଜଣ ଲେଖାଏଁ ଓ କଟକ, ଢେଙ୍କାନାଳ, ମାଲକାନାଗିରି, ଗଞ୍ଜାମ ଜିଲ୍ଲାର ୧୬, ନୟାଗଡ ଜିଲ୍ଲାର ୧୧, କଳାହାଣ୍ଡି ଜିଲ୍ଲାର ୧୧, ଯାଜପୁର ଜିଲ୍ଲାର ୫, ବାଲେଶ୍ୱର ଜିଲ୍ଲାର ୩, ମୟୂରଭଞ୍ଜ ଜିଲ୍ଲାର ୩, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ କୋରୋନା ଆ୍ରକାନ୍ତଙ୍କ ସଂଖ୍ୟା ୧୯୪୮ ରେ ପହଞ୍ଚିଥିବା ବେଳେ ୧୧୨୬ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ୮୧୩ ଜଣ ଆକ୍ରାନ୍ତ ହସ୍ପିଟାଲରେ ଚକିତ୍ସିତ ହେଉଛନ୍ତି ।