ମହୁଲଡିଆ ଡାକବଙ୍ଗଳା ଠାରେ ବିଜେଡିର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି

ସତ୍ୟନାରାୟଣ ପାଲ/ ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅଧୀନ ମହୁଲଡିଆ ଡାକବଙ୍ଗଳା ଠାରେ ବିଜେଡି ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ରାଜ୍ୟସଭା ସାଂସଦ ଶ୍ରୀମତି ମମତା ମହାନ୍ତ, ଜିଲ୍ଲା ସଭାପତି ଶ୍ରୀ କାଶୀନାଥ ହେମ୍ବ୍ରମ ,ବରିଷ୍ଠ ବିଜେଡି ନେତା ସଚିନ ଦାସ, ବୈଠକରେ କୋରେନା ମହାମାରୀକୁ ନେଇ ସମୀକ୍ଷା କରିଛନ୍ତି ।

ମହାମାରୀ କରୋନା ସାଙ୍ଗକୁ ଅମ୍ଫାନ ପରି ମହାବାତ୍ୟା ଲୋକଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି । ଏପରି ବିପଦ ସମୟରେ ଭାଙ୍ଗି ନ ପଡି ସମସ୍ତେ ମିଳିମିଶି ଏହି ମହାମାରୀ ବିରୁଦ୍ଧରେ ମୁକାବିଲା କରିବାକୁ ପଦକ୍ଷେପ ନେବାକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉକ୍ତିକୁ ଆଧାରକରି ପ୍ରବଣ ପ୍ରକାଶ ଦାସ କହିଥିଲେ ଯେ, ଜିଲ୍ଲାରେ କରୋନାକୁ ପ୍ରତିହତ କରିବାକୁ ପ୍ରତ୍ୟେକ ବ୍ଲକକୁ ଦଶରୁ ପନ୍ଦର ହଜାର ସାବୁନ, ମାକ୍ସ ବଣ୍ଟନ କରିବା ସହିତ ମହାବାତ୍ୟା ଅମ୍ଫାନ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ପଲିଥିନ ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ତରଫରୁ ଏହି ସବୁ କାର୍ୟ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ବୋଲି ପ୍ରଣବ ଦାସ କହିଛନ୍ତି।