(ଓମ୍ ପ୍ରକାଶ ମିଶ୍ର): ଆଜି ସୁବର୍ଣପୁର ଜିଲ୍ଲା ସୋନପୁର ମନମୁଣ୍ଡା ସ୍ୱଛ ଭାରତ ତରଫରୁ ସଭାପତି ଲକ୍ଷ୍ମୀ ନାରାୟଣ ମେହେର,ସମ୍ଫାଦକ ଲଡୁକିଶୋର ମଲ୍କିକ ଉପସ୍ଥିତରେ ଏକ ସମଲେଶ୍ୱରୀ ଓ ସୁରେଶ୍ୱରି ମନ୍ଦିର ସଫେଇ କାର୍ଯ୍ୟକ୍ରମ କରାଯାଇଛି । ଏହି ଅବସରରେ ରୋଟାରୀ କ୍ଲବ ପକ୍ଷରୁ ସଭାପତି ରାମ ନାରାୟଣ ମିଶ୍ର ସଭାପତିତ୍ୱରେ ଏକ ପଲିଥିନ ମୁକ୍ତ ଭାରତ ରାଲି ପ୍ରଭାସ ଲଜରୁ ବାହାରି ଟାଉନହଲ ଦେଇ ମଙ୍ଗଳବାର ବଜାରରେ ପହଞ୍ଚିଥିଲା । ରୋଟାରୀ କ୍ଲବର ସଭ୍ୟ ମାନେ ବାହାରି ପଲଥିନ ପରିବର୍ତ୍ତେ କଟନ ବ୍ୟାଗ ବ୍ୟବହାର କରିବା ପାଇଁ ଲୋକମାନଙ୍କୁ ସଚେତନ କରିଥିଲେ । ଏଥିରେ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ,ପରେଶ ମେହେର, ରୋଟାରୀ କ୍ଲବ ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।