ଆମେରିକାର ବିମାନ ଧ୍ୱଂସକାରୀ ଲେଜର୍ ଅସ୍ତ୍ର ସଫଳ ପରୀକ୍ଷଣ

ନ୍ୟୁୟର୍କ: ବିମାନ ଧ୍ୱଂସକାରୀ ଲେଜର୍ ଅସ୍ତ୍ରର ସଫଳ ପରୀକ୍ଷଣ କଥା ଯୁକ୍ତରାଷ୍ଟ୍ର ଆମେରିକାର ନୌସେନା ଦାବି କରିଛି। ୨୦୨୦ ମାର୍ଚ ୧୬ ତାରିଖ ଦିନ ଲେଜର୍ ଅସ୍ତ୍ର ପ୍ରୟୋଗ କରି ସେମାନେ ଗୋଟାଏ ଉଡ଼ନ୍ତା ଉଡ଼ାଜାହାଜ ଖସାଇ ଦେଇଥିଲେ ବୋଲି ଆମେରିକୀୟ ନୌସେନା ଦାବି କରିଛି । ଏକ ପ୍ରେସ୍ ମିଟ ଏବଂ ଭିଡିଓ ରିଲିଜ୍ କରିଛି ୟୁଏସ୍ ପାସିଫିକ୍ ଫ୍ଲିଟ୍।
ଆମେରିକୀୟ ଯୁଦ୍ଧ ପୋତ ୟୁଏସ୍ଏସ୍ ପୋର୍ଟଲାଣ୍ଡ୍ ଏହି ଲେଜର୍ ଫାୟାର୍-ପାୱାର୍ ଟେକ୍ନୋଲଜି ବ୍ୟବହାର କରି ସମୁଦ୍ର ମଧ୍ୟକୁ ଗୋଟାଏ ଉଡ଼ନ୍ତା ଅନ୍‌ମ୍ୟାନ୍‌ଡ୍ ଏରିଏଲ୍ ଭେଇକ୍ଲ୍ ବା ‘ୟୁଏଭି’ ଖସାଇ ଦେଇଛି। ଏହି ଅସ୍ତ୍ରଟି ହେଉଛି ସଲିଡ୍ ଷ୍ଟେଟ୍ ଲେଜର୍-ଟେକ୍ନୋଲଜି ମ୍ୟଚୁରେସନ୍ ଲେଜର୍ ଉଇପନ୍ ସିଷ୍ଟମ୍ ଡେମୋନ୍‌ଷ୍ଟେଟର୍ (ଏଲ୍‌ଡବ୍ଲୁଏସ୍‌ଡି) ଏମ୍‌କେ ଟୁ ଏମ୍ଓଡି। ହାୱାଇର ପର୍ଲ ହାର୍ବର୍‌ସ୍ଥିତ ୟୁଏସ୍ ପେସିଫିକ୍ ଫ୍ଲିଟ୍‌ର ୟୁଏସ୍ଏସ୍ ପୋର୍ଟଲାଣ୍ଡ୍ ବ୍ୟବହାର କରିଥିବା ‘ଏଲ୍‌ଡବ୍ଲୁଏସ୍‌ଡି’କୁ ବିକଶିତ କରିଛି ‘ଅଫିସ୍ ଅଫ୍ ନେଭାଲ୍ ରିସର୍ଚ ଆଣ୍ଡ୍ ନର୍ଥରପ୍ ଗ୍ରୁମାନ୍’। ବିକଶିତ ନୂଆ ଅସ୍ତ୍ରର ସାମର୍ଥ୍ୟ ପରୀକ୍ଷଣ କରାଯାଇଥିଲା ବୋଲି ୟୁଏସ୍ଏସ୍ ପୋର୍ଟଲାଣ୍ଡ୍‌ କମାଣ୍ଡିଙ୍ଗ୍ ଅଫିସର୍ କ୍ୟାପ୍‌ଟେନ୍ କେରି ସାଣ୍ଡର୍ସ।