କାଲିଠୁ ରାଜ୍ୟରେ ଅନଲାଇନରେ ମିଳିବ ମଦ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଲକଡାଉନ ପାଇଁ ରାଜ୍ୟରେ ସବୁ ମଦ ଦୋକାନ ବନ୍ଦ ରହିଛି । ଲକ୍‌ଡାଉନ୍‌ ସମୟରେ ଦୋକାନରେ ଭିଡ଼କୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ଅନ୍‌ଲାଇନ୍‌ରେ ମଦ ଡେଲିଭରିକୁ ଅନୁମତି ଦେଇଛନ୍ତି । ତେଣୁ ଦୋକାନ ନ ଖୋଲି ବେପାରକୁ ଅନ୍‌ଲାଇନ୍‌ ଯୋଗେ ଘରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତାକାଲିଠୁ ରାଜ୍ୟରେ ମଦର ହୋମ୍ ଡେଲିଭରି ହେବ । କଣ୍ଟେନମେଣ୍ଟ ଜୋନ୍ ଓ ସପିଂ ମଲ୍‌ରେ ଏହି ସୁବିଧା ମିଳିବ ନାହିଁ । ବିଦେଶୀ ମଦ, ବିୟର ଉପରେ ସ୍ପେଶାଲ କୋଭିଡ୍ ଫି ଲାଗିବ । ଅର୍ଥାତ ଏମଆରପି ଉପରେ ୫୦ ପ୍ରତିଶତ କୋଭିଡ ଫି ଲାଗବି । ଯାହାକି କୋଭିଡ ଫି କୋରୋନା ଆକ୍ରାନ୍ତଙ୍କ ଖର୍ଚ୍ଚରେ ଲାଗିବ । ଉଭୟ ଖାଦ୍ୟ ଡେଲିଭରି କରୁଥିବା ସଂସ୍ଥା ଓ ମଦ ଦୋକାନୀମାନେ ନିଜ ନିଜ ହିସାବରେ ପିଲା ରଖି ଘରେ ମଦ ପହଞ୍ଚାଇ ପାଇବେ ବୋଲି ସୂଚନା ମିଳିଛି । ସର୍ବନିମ୍ନ ୫୦୦ ଟଙ୍କାର ମଦ କିଣିଲେ ଏଥିପାଇଁ ୫୦ ଟଙ୍କାର ସର୍ଭିସ୍‌ ଚାର୍ଜ ବା ଡେଲିଭରି ଚାର୍ଜ ଦେବାକୁ ପଡ଼ିପାରେ । ଏହା ସହିତ ଏମଆରପି ଉପରେ ୫୦ ପ୍ରତିଶତ ଅଧିକ ଫି ଦେବାକୁ ପଡିବ । ଉଚ୍ଚସ୍ତରୀୟ ଅବକାରୀ କମିଟି ଏଭଳି ନିଷ୍ପତ୍ତି ନେଇଛି ।