ଅନ୍ଧବିଶ୍ୱାସ କବଳରେ ଗ୍ରାମବାସୀ, ଗାଁରେ ନାହିଁ ଗୋଟେ ହେଲେ ଛାତ ଘର

(ଜଗନ୍ନାଥ ଅଗ୍ରୱାଲ): ଗ୍ରାମରେ ଗୋଟେ ହେଲେ ନାହିଁ ଛାତ ଘର। ଚାରିଆଡ଼େ ଚାଳ ଛପର ସହିତ ଆଜବେଷ୍ଟ ଘର । ଗ୍ରାମର ଧନୀ ଲୋକ ମଧ୍ୟ ଛାତ ନ ପକାଇ ଆଜବେଷ୍ଟ ପକାଇଛି । ଛାତ ପକାଇଲେ କୁଆଡ଼େ ପରିବାର ସମେତ ଗ୍ରାମର ଅନିଷ୍ଠ ହେବ । ଗ୍ରାମ ଠାକୁରାଣୀଙ୍କ ଏହା କୁଆଡ଼େ ଆଦେଶ । ଗ୍ରାମବାସୀମାନେ ମଧ୍ୟ ଏହି ଆଦେଶକୁ ଆଜି ଯାଏ ପାଳନ କରିଛନ୍ତି । ଏହା ଗ୍ରାମବାସୀଙ୍କର ଠାକୁରାଣୀଙ୍କ ପ୍ରତି ଭକ୍ତି ନା ଅନ୍ଧବିଶ୍ୱାସ । ଆପଣମାନଙ୍କୁ ଘଟଣାଟି ଆଶ୍ଚର୍ୟ୍ୟ ଲାଗିପାରେ। ଆମେ କହୁଛୁ ଆନୁଗଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ବେଲାଦୁଲା ଗ୍ରାମ କଥା। । ଗ୍ରାମ ମୁଣ୍ଡ ଓ ମାହାନଦୀର କୂଳରେ ରହିଛି ଗ୍ରାମ ଠାକୁରାଣୀଙ୍କ ଉଭାସ୍ଥଳୀ । ଗ୍ରାମ ଠାକୁରାଣୀଙ୍କ ଆଦେଶ, ଗ୍ରାମରେ ରହିବନି ଛାତ ଘର। ବିଶ୍ୱାସ ଓ ଅନିଷ୍ଟର ଭୟ ଜୋଙ୍ଗୁ ଗ୍ରାମରେ ଛାତ ଘର ତିଆରି କରିବା ତ ଦୁରକଥା ସରକାରୀ ପ୍ରୋତ୍ସାହନକୁ ହତାଦର କରନ୍ତି ଗ୍ରାମବାସୀ।

ଗ୍ରାମ ଠାକୁରାଣୀଙ୍କ ଆଦେଶ ଗ୍ରାମରେ କୌଣସି ଠାରେ ବି ପଡିବନି ଛାତ।ଗ୍ରାମରେ ୨୦୦ ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି। କେଉଁ ପୂର୍ବ ପୁରୁଷରୁ ଗ୍ରାମରେ ଛାତ ପଡ଼ିନାହିଁ।ଆଦେଶକୁ ବର୍ତମାନ ପର୍ୟ୍ୟନ୍ତ ବାଂଚାଇ ରଖିଛନ୍ତି ଗ୍ରାମବାସୀ।ଠାକୁରାଣୀଙ୍କ ଆଦେଶକୁ ମାନିଲେ ଗ୍ରାମର କୌଣସି ଅନିଷ୍ଟ ହେବ ନାହିଁ ବୋଲି ବିଶ୍ୱାସ କରନ୍ତି ଏଠି । ଆଧୁନିକ ଯୁଗରେ ଏପରି ଘଟଣା ଦେଖିବା ଆଶ୍ଚର୍ୟ୍ୟ ଜନକ।ଏହାକୁ ଭକ୍ତି ନା ଅନ୍ଧବିଶ୍ୱାସ କହିବା।ପୂର୍ବ ପୁରୁଷରୁ ଏପରି ପରମ୍ପରା ଲାଗିରହିଛି।ସ୍କୁଲ ଘରଠାରୁ ଆରମ୍ଭ କରି ସରକରୀ ଘର ମଧ୍ୟ ଚାଳ,ଟିଣ ଓ ଟାଇଲ ଆଜବେଷ୍ଟ।ଠାକୁରାଣୀଙ୍କ ଆଦେଶକୁ ଅବମାନନା କରି ସେହି ଗ୍ରାମର ସ୍କୁଲ ଶିକ୍ଷକ ସ୍କୁଲ ଛାତ ଓ ଗ୍ରାମର ଦେହୁରୀ ନିଜ ଘରର ଛାତ ପକାଇବାପରେ ସେମାଙ୍କର ବଂଶ ନିପାତ ହୋଇଯାଇଥିବା ଗ୍ରାମବାସୀମାନେ ବିଶ୍ୱାସ କରନ୍ତି।ଏପରିକି ଗ୍ରାମକୁ ଆସୁଥିବା ସାରକାରୀ ପ୍ରୋସ୍ଛାହନ ଇନ୍ଦିରା ଆବାସ,ବିଜୁ ପକାଘର ଓ ସ୍ୱଚ୍ଛ ଭାରତ ଆଭିଜାନର ପାଇଖାନାକୁ ବି ହତାଦର କରନ୍ତି ଏଠି। ଗ୍ରାମଠାକୁରାଣୀଙ୍କ ଆଦେଶ କ୍ରମେ କେଵଳ ଛାତଘର ନକରି ଠାକୁରାଣୀଙ୍କ ଦୟାରୁ ଗ୍ରାମର ସମସ୍ତ ଲୋକ ଖୁସିରେ ରହିଥିବା କ୍ୟାମେରା ଆଗରେ ପରିପ୍ରକାଶ କରିଛନ୍ତି ଗ୍ରାମବାସୀ।