(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଆଉ ୧୦୨ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ୯୭୮ ରେ ପହଞ୍ଚିଲା ଆକ୍ରାନ୍ତ ସଂଖ୍ୟା । ଏହି ନୂତନ ୧୦୨ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରେ ସର୍ବାଧିକ ଚିହ୍ନଟ ହୋଇଛି । ଯାଜପୁର ଜିଲ୍ଲାରୁ ୩୧ ଜଣ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବା ବେଳେ ଜଗସିଂହପୁର ଜିଲ୍ଲାରୁ ୨୩, ଭଦ୍ରକ ୨୧, କେନ୍ଦ୍ରାପଡାରୁ ୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ପୁରୀ ୪, କଟକ ୪ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର , ସମ୍ବଲପୁର , ଅନଗୁଳ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୟାଗଡ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏହି ୧୦୨ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ଜଣ ଆକ୍ରାନ୍ତ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ବେଳେ ଅନ୍ୟ ୫ ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡିଛି । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭୮ ରେ ପହଞ୍ଚିଥିବା । ସେମାନଙ୍କ ମଧ୍ୟରୁ ୬୯୬ ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୨୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
।