(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ବିଜେଡି ନେତା ତଥା ଓଡିଶା ଉନ୍ନୟନ ପରିଷଦ ଅଧ୍ୟକ୍ଷ ସୁବାଷ ଚୌହାନଙ୍କ ପରଲୋକ ଘଟିଛି । ଗତକାଲି ବଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା । ତେବେ ସେ ଯକୃତ ଜନିତ କ୍ୟାନସରରେ ପୀଡିତ ଥିଲେ । ଅସୁସ୍ଥତା ନେଇ ଏପ୍ରିଲ ୩୦ ତାରିଖରୁ ସେ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ତେବେ ୧୯୬୬ ଜନ୍ମିତ ସୁବାସ ପ୍ରାରମ୍ଭିକ ସମୟରେ ଆର୍ଏସ୍ଏସ୍ ଓ ବଜରଙ୍ଗ ଦଳରେ ସେ ଯୋଗଦେଇଥିବା ବେଳେ ପରେ ଭାଜପା ସହ ଜଡ଼ିତ ହୋଇଥିଲେ ।
୨୦୧୯ ସାଧାରଣ ନିର୍ବାଚନ ସମୟରେ ସେ ଭାଜପା ହାତ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ଏପରିକି ସେ ଦଳ ପକ୍ଷରୁ କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ ଏବଂ ସମ୍ବଲପୁର ଜିଲା ପାଇଁ ସାଧାରଣ ସମ୍ପାଦକ ମଧ୍ୟ ଥିଲେ । ୨୦୧୯ ସେପ୍ଟେମ୍ବରରେ ତାଙ୍କୁ ଡବ୍ଲୁଓଡିସିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ସେ ୨୦୧୪ ଲୋକ ସଭା ନିର୍ବାଚନରେ ବରଗଡ଼ ଲୋକ ସଭା କ୍ଷେତ୍ରରୁ ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ହେଁ ଖୁବ୍ କମ୍ ବ୍ୟବଧାନରେ ହାରି ଯାଇଥିଲେ । ପରେ ଭାଜପା ଛାଡି ବିଜେଡିରେ ଯୋଗଦେଇଥିଲେ।
ତେବେ୨୦୧୯ ମସିହାରେ ସେ ବିଜେପି ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ । ବିଜେପୁର ଉପନିର୍ବାଚନ ସମୟରେ ସେ ଗୁୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ପରେ ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।