(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ସେବାୟତଙ୍କ ପରିବାରର ହେବ କୋରୋନା ଟେଷ୍ଟ । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏନେଇ ପଦକ୍ଷେପ ନେବାକୁ ପୁରୀ ସିଡ଼ିଏମଓଙ୍କୁ କୁହାଯାଇଛି । ରଥ କାମ ସରିବା ଯାଏ ପ୍ରତିଦିନ କରୋନା ନେଇ ସଚେତନ କରାଯିବ । ବିଶ୍ୱକର୍ମା ଓ ଭୋଇ ସେବାୟତଙ୍କୁ ସ୍ୱାସ୍ଥ୍ୟ ଅଧିକାରୀ ସଚେତନ କରିବେ । ରଥ କାମରେ ନିୟୋଜିତ ସେବାୟତଙ୍କୁ ସବୁଦିନ ସଚେତନ କରାଯିବ । ପୁରୀ ସିଡ଼ିଏମଓ ନିଳକଣ୍ଠ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ସେବାୟତଙ୍କ ପରିବାର ଲୋକଙ୍କ କରୋନା ଟେଷ୍ଟ ପାଇଁ ମଧ୍ୟ ଗୋଟିଏ ଟିମ୍ ଗଠନ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୪ଟି ସ୍ୱାସ୍ଥ୍ୟ ଟିମ୍ ଗଠନ କରାଯାଇଛି । ରକ୍ତ ନିବାସ, ରଥ ଖଳା, ଜରୁରୀକାଳୀନ ପାଇଁ ଗୋଟିଏ ଲେଖାଏଁ ଟିମ୍ ଗଠନ କରାଯିବ ।