୨୦ ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଆଜି ରାଜ୍ୟରେ ଗୋଟିଏ ଦିନରେ ୨୦ ଟି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଗଞ୍ଜାମ ଜିଲ୍ଲାରୁ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆ ଜିଲ୍ଲ୍ା ମୟୂରଭଞ୍ଜରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏହି ସମସ୍ତ ଆକ୍ରାନ୍ତ ରାଜ୍ୟ ବାହାରୁ ଆସିଥିବା ଜଣାପଡିଛି । ଏହି ୨୦ ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଥିବା ଜଣାପଡିଛି । ୧୬ ଜଣ ପୁରୁଷଙ୍କ ବୟଷ ୧୮ ରୁ ୫୦ ଥିବା ବେଳେ ମହିଳାଙ୍କ ବୟଷ ୨୦ବର୍ଷ ବୋଲି ଜଣା ପଡିଛି । ତେବେ ଏମାନେ ସମସ୍ତେ ସୁରତ ଫେରନ୍ତା ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ସୁରତରୁ ଫେରି ସମସ୍ତେ କ୍ୱାରେଣ୍ଟାଇନରେ ଥିବା ସୂଚନା ଦିଆଯାଇଛି ।

ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲାକୁ ଛୁଇଁଛି କୋରୋନା । ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନେ ସମସ୍ତେ ପୁରୁଷ । ସେମାନଙ୍କ ବୟଷ ଯଥାକ୍ରମେ,୨୧,୩୬, ଓ ୪୪ ବର୍ଷ । ଏମାନେ ସମସ୍ତେ ମଧ୍ୟ ସୁରତରୁ ଫେରି କ୍ୱାରେଣ୍ଟାଇନରେ ଥିଲେ ।

ତେବେ ରାଜ୍ୟରେ ଏହି ଆକ୍ରାନ୍ତଙ୍କୁ ଲଗାଇ ୨୦୫ ରେ ପହଁଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେମାନଙ୍କ ମଧ୍ୟରୁ ୬୧ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୪୨ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।