ଯାଜପୁରରେ ଆଉ ୫ ଆକ୍ରାନ୍ତ ଚିହ୍ନଟ,୧୫୪ ରେ ପହଞ୍ଚିଲା ସଂଖ୍ୟା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଆଉ ୫ କୋରୋନା ପଜେଟିଭ ଚିହ୍ନଟ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୧୫୪ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ୫ ଆକ୍ରାନ୍ତ ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଛି । ସେମାନେ ସମସ୍ତେ ପଶ୍ଚିମବଙ୍ଗୋରୁ ଫେରିଥିବା ସୂଚନା । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ଛୁଇଁଛି। ୫ ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ପୁରୁଷ, ୨ ଜଣ ମହିଳା ଅଛନ୍ତି। ୩ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୨୮, ୫୬ ଓ ୬୩ ବର୍ଷ। ୨ ଜଣ ମହିଳାଙ୍କ ବୟସ ୨୪ ଓ ୬୦ ବର୍ଷ। ମହିଳା ଦ୍ୱୟ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ। ଏମାନେ ସମସ୍ତେ କ୍ୱାରେଣ୍ଟିନ୍‌ରେ ଥିଲେ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୪କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୫୫ଜଣ ସୁସ୍ଥ ହୋଇଥିବା ବେଳେ ୯୮ଜଣ ଚିକିତ୍ସାଧୀନ ଅଛନ୍ତି।