ପୋଲିସ କର୍ମଚାରୀଙ୍କ ପାଇଁ ୫୦ ଲକ୍ଷ ଘୋଷଣା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ପୋଲିସ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ରାଜ୍ୟରେ କୌଣସ ପୋଲିସ ଅଫିସରଙ୍କ କୋରୋନା ଜନିତ ମୃତ୍ୟୁ ହେଲେ କ୍ଷତି ପୂରଣ ବାବଦକୁ ପରିବାରକୁ ମିଳିବ ୫୦ଲକ୍ଷ ଟଙ୍କା । ଏ ନେଇ ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶେଷ କରି କୋରୋନା ଯୋଦ୍ଧାରେ ସାମିଲ ଥିବା ପୋଲିସ ଅଫିସର ମାନେ ଦିନ ରାତି ଡ୍ୟୁଟି କରୁଛନ୍ତି । ଏହାକୁ ଦ୍ରୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଏନେ ଇ ପୋଲିସ ଡିଜି ଶ୍ରୀ ଅଭୟ ଟୁଇଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । କୋଭିଡ-୧୯ ଲଢେଇରେ ଡାକ୍ତର, ସଫେଇକର୍ମୀ, ସାମ୍ବାଦିକ ଓ ଅନ୍ୟ କର୍ମଚାରୀଙ୍କ ଭଳି ପୋଲିସ କର୍ମଚାରୀମାନେ ଲଢେଇରେ ସାମିଲ ରହି ଆଗ ଧାଡିରେ ରହୁଥିବାରୁ ଏଭଳି ଘୋଷଣା କରାଯାଇଛି ।