(ରିପୋଟର୍ସ ଟୁଡେ/ଭୁବନଶ୍ୱେର): ବିଳମ୍ବିତ ରାତିରେ ଗୋଦାମରେ ଅଗ୍ନିକାଣ୍ଡ । ଭୁବନଶ୍ୱେର ରସୁଲଗଡ ସ୍ଥିତ ଏକ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଷ ହୋଇଯାଇଛି । ଗୋଦାମରେ ବିସ୍କୁଟ ଓ ଗ୍ରୋସରୀ ସାମଗ୍ରୀ ଗୁଡିକ ଜଳିଯାଇଛି । ତେବେ ନିଆଁ ଲାଗିବାର କାରଣ ଜଣାପଡି ନ ଥିବା ବେଳେ ସର୍ଟ ସର୍କିଟିଂ କାରଣରୁ ନିଆଁ ଲାଗିଥିବା ଜଣାପଡିଛି । ସୂଚନାମୁତାବକ, ଗୁରୁବାର ବିଳମ୍ବିତ ରାତିରେ ରସୁଲଗଡ ସ୍ଥିତଏକ ଗୋଦାମରେ ହଠାତ ନିଆଁ ଲାଗିଯାଇଥିଲା । ଲକଡାଉନ ପାଇଁ ଘଟଣାସ୍ଥଳରେ ଦୋକାନୀମାନେ ନ ଥିବା ବେଳେ କିଛି ଲୋକଙ୍କ ନଜର ପଡିଥିଲା । ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ନିଆଁ ଲିଭିବା ସମ୍ଭବ ହୋ ନ ଥିଲା । ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ହେଲେ ସେତେବେଳକୁ ଦୋକାନରେ ଥିବା ଗ୍ରୋସରୀ ଜିନିଷ ପୋଡି ପାଉଁଷ ହୋଇଯାଇଥିଲା । ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି । କେଉଁ କାରଣ ପାଇଁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ଘଟଣାର ତଦନ୍ତ ପରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଇଛି ।