ରାଜ୍ୟର ତିନି ଜିଲ୍ଲାକୁ ୬୦ ଘଣ୍ଟା ପାଇଁ ସଂପୂର୍ଣ୍ଣ ସଟଡାଉନ ଘୋଷଣା କଲେ ରାଜ୍ୟ ସରକାର

(ସରୋଜ କୁମାର ରାଉତ/ରିପୋଟର୍ସ ଟୁଡେ): ଆଜି ଯାଜପୁର ୪ ଓ ବାଲେଶ୍ୱରରୁ ୨ କରୋନା ଆକ୍ରନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ୬୦ ଘଣ୍ଟା ପାଇଁ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । ଆଜି ରାତି ୧୦ ଟାରୁ ୨୬ ତାରିଖ ଦିନ ୧୦ ଟା ପର୍ଯ୍ୟନ୍ତ ଏହି ସଟଡାଉନ ଜାରି ରହିବ । ଏହି ତିନି ଜିଲ୍ଲାରେ ସଂକ୍ରମଣ ସଂଖ୍ୟ ବଢିବାରେ ଲାଗିଥିବାରୁ ଏନେଇ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି । ଏନେଇ ଆଜି ଗିତା ଗୋବିନ୍ଦ ସଦନଠାରେ ଡୋଇଥିବା ଏକ ସମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି ସୂଚନା ଦେଇଛନ୍ତି । ଗତ ପାଞ୍ଚ ଦିନ ଭିତରେ ଏହି ତିନୋଟି ଜିଲ୍ଲାରୁ ୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହି ସଟଡାଉନ ସମୟରେ ତିନୋଯି ଜିଲ୍ଲାର କିଛି ନିର୍ଦ୍ଧିଷ୍ଟ ଓøଷଧ ଦୋକୋନକୁ ଛାଡିଦେଲେ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ । ଏହି ତିନୋଟି ଜିଲ୍ଲାରେ ବ୍ୟପକ ସର୍ଭେ କରାଯାଇ ସାମ୍ପୁଲ ଟେଷ୍ଟ କରାଯିବ । ପୂର୍ବରୁ ଭଦ୍ରକ, କଟକ ଓ ଭୁବନେଶ୍ୱରକୁ ୪୮ ଘଣ୍ଟା ପାଇଁ ସଟଡାଉନ କରାଯାଇଥିଲା ।