(ଦିଲ୍ଲୀପ ସହୁ/ଜଗତସିଂହପୁର): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅଞ୍ଚଳର ତରଜଙ୍ଗା ପଞ୍ଚାୟତ କୋଟକଣା ଠାରୁ ମଣିଜଙ୍ଗା ପଞ୍ଚାୟତ ଏସ ଏନ ପାଟଣା ପର୍ୟ୍ୟନ୍ତ ଚାରୋଟି ପଞ୍ଚାୟତ ଅନ୍ତର୍ଗତ ମହାନଦୀ ପଠାରେ ରହିଛି ଦଶରୁ ଅଧିକ ଚିମିନି ଇଟାଭାଟି।ଏହି ଇଟାଭାଟି ଗୁଡିକରେ ଜିଲ୍ଲା ତଥା ରାଜ୍ୟ ବାହାରୁ ଶହଶହ ସଂଖ୍ୟାରେ ଦାଦନ ଶ୍ରମିକ କାମକରୁଛନ୍ତି।ଏମାନଙ୍କ ମଧ୍ୟରେ ଛତିଶଗଡ଼, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ରାଜ୍ୟ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଦାଦନ ଶ୍ରମିକ ଥିବା ସୁଚନା ମିଳୁଛି।କରୋନା ଭାଇରସ ସଂକ୍ରମଣକୁ ନେଇ ସାରାଦେଶରେ ଲକଡାଉନ ଚାଲିଥିବା ବେଳେ ସାମାଜିକ ଦୁରତା ରଖିବା ପାଇଁ ସମସ୍ତ କାମଧନ୍ଦା ବନ୍ଦ କରି ଲୋକମାନେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।ରାସ୍ତାଘାଟକୁ ବାହାରୁଥିବା ନିୟମ ମାନୁନଥିବା ଅମାନିଆ ଲୋକଙ୍କ ଉପରେ ପୋଲିସ ଦୃଢ କାର୍ୟ୍ୟାନୁଷ୍ଠାନ ନେଉଛନ୍ତି।ମାତ୍ର ତିର୍ତ୍ତୋଲ ଅଞ୍ଚଳର ମହାନଦୀ ପଠାରେ ଥିବା ଇଟାଭାଟି ଗୁଡିକରେ ଶହଶହ ଶ୍ରମିକ ଏକାଠି କାମକରୁଥିବା ଦେଖାଯାଇଛି।ମାଲିକମାନେ ବେଫିକର ଭାବେ ଶହଶହ ଦାଦନ ଶ୍ରମିକଙ୍କୁ ପଣବନ୍ଦି ରଖି ବେଆଇନ ଭାବେ କାର୍ୟ୍ୟ କରାଉଥିବା ଅଭିଯୋଗ ହୋଇଛି।ଶ୍ରମିକମାନେ ସାମାଜିକ ଦୁରତା ନରଖି ଏକାଠି କାମକରୁଥିବା ବେଳେ ପୋଲିସ ଓ ପ୍ରଶାସନ ସବୁ ଜାଣି ଅଜଣା ରହୁଥିବା ଅଭିଯୋଗ ହୋଇଛି।
ଅନ୍ୟପକ୍ଷରେ ଇଟାଭାଟିରେ ଶହଶହ ଶ୍ରମିକ ବେଆଇନ ଭାବେ କାମକରୁଥିବା ବେଳେ ଏ ବାବଦରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ତହସିଲଦାର କ୍ୟାମେରା ଆଗରେ କହିବାକୁ ମନା କରିଛନ୍ତି ।
ବେଳେ ତିର୍ତ୍ତୋଲ ବିଡ଼ିଓ ଇଟାଭାଟି ଗୁଡିକ ବିଜିନେସ ୟୁନିଟ ସେକଥା ଜିଲ୍ଲା ପ୍ରଶାସନ ଓ ଶ୍ରମ ଅଧିକାରୀଙ୍କ ଦାୟିତ୍ୱ ବୋଲି କହି କଥାକୁ ଏଡାଇ ଦେଇଥିଲେ। ବେଆଇନ ଇଟାଭାଟି ଗଢିଉଠିବା ଓ କରୋନା ପରି ମହାମାରୀ ସମୟରେ ବେଫିକର ଭାବେ ଶ୍ରମିକମାନଙ୍କୁ କାମକରାଇବା ପରି ଅପରାଧିକ କାର୍ୟ୍ୟ ପାଇଁ ତଳୁ ଉପର ସ୍ତର ପର୍ୟ୍ୟନ୍ତ ଅସାଧୁ ପ୍ରଶାସନିକ ଅଧିକାରୀମାନଙ୍କ ହାତଥିବା ଅଭିଯୋଗ ହୋଇଛି।