(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଘରୋଇ ହିଂସା ଲାଗି ଜାରୀ ହେଲା ହେଲ୍ଫ ଲାଇନ ନମ୍ବର । ସାରା ରାଜ୍ୟରେ କୋରୋନା ପାଇଁ ଲକଡାଉନ ହୋଇଛି । ଅତ୍ୟାବଶ୍ୟକ ନ ପଡିଲେ ଘରୁ ବାହାରକୁ ନ ଆସିବା ପାଇଁ ପରାମର୍ଶ ଦିଆଯାଇଛି । ଲକଡାଉନ ସମୟରେ ଘରୋଇ ହିଂସାରେ ମହିଳାଙ୍କ ପ୍ରତି ଅତ୍ୟାଚାର ବଢୁଥିବା ଖବର ସାମ୍ନାକୁ ଆସିଛି । ଏହାକୁ ରାଜ୍ୟ ସରକାର ଗୁରୁତର ସହ ନେଇଛନ୍ତି । ଘରୋଇ ହିଂସାରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ରୋକିବା ଲାଗି ହେଲ୍ଫ ଲାଇନ ନମ୍ବର ଜାରୀ କରାଯାଇଛି । ଏଥିରେ ଅଭ୍ୟାସଗତ ଅପରାଧୀ ଓ ଘରୋଇ ହିସାଂକାଣ୍ଡରେ ସମ୍ପୃକ୍ତି ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଡିଜିଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି ।
ଏହାସହ ରାଜ୍ୟର ମହିଳା ଓ ଶିଶୁ ବିକାଶ ବିଭାଗ ଏକ ହେଲ୍ଫ ଲାଇନ ନମ୍ବର ମଧ୍ୟ ଜାରୀ କରିଛି । ଏହି ହେଲ୍ଫଲାଇନ (୭୨୦୫୦୦୬୦୩୯) ନମ୍ବରରେ ନିର୍ଯ୍ୟାତିତ ମହିଳା ଘରେ ଥାଇ ହ୍ୱାଟସପ ଜରିଆରେ ଅଭିଯୋଗ କରିପାରିବେ । ଏହା କେବଳ ଘରୋଇ ହିଂସାରେ ଅଭିଯୋଗ କରିବା ପାଇଁ ନମ୍ବର ଦିଆଯାଇଥିବା ଟୁଇଟ ମାଧ୍ୟମରେ କୁହାଯାଇଛି । ଏହା ଛଡା ଆଉ ଏକ ହେଲ୍ଫ ଲାଇନ ନମ୍ବର ୧୮୧ ମଧ୍ୟ ଜାରୀ କରାଯାଇଛି । କଟକଣା ଯୋଗୁଁ ଥାନାକୁ ଆସି ଅଭିଯୋଗ କରିବାରେ ସମସ୍ୟା ହେଉଛି । ଯାହାକି ଘରୋଇ ହିଂସା ବଢୁଛି । ଜାରୀ ହୋଇଥିବା ହେଲ୍ଫ ଲାଇନ ନମ୍ବରରେ ଘରୋଇ ହିଂସାର ଫଟୋ ଓ ଭିଡିଓକୁ ଉତ୍ତଳନ କରି ପଠାଇବା ପାଇଁ କୁହାଯାଇଛି । କାରଣ ଆଗାମୀ କାର୍ଯ୍ୟାନୁଷ୍ଠାନ ପାଇଁ ଏହା ସହାୟକ ହେବ ବୋଲି ପ୍ରଶାସନ ଟୁଇଟ ମାଧ୍ୟମରେ କହିଛନ୍ତି ।