(ଜଗନ୍ନାଥ ଅଗ୍ରୱାଲ): ବନ୍ଦ ହେବାକୁ ଯାଉଛି ଓଡିଶାର ବୋହୁ ପୁରାତନ ମାଇନିଙ୍ଗ ଇଞ୍ଜିନିୟରିଙ୍ଗ କଲେଜ । ଟ୍ରଷ୍ଟ ବିବାଦକୁ ନେଇ କଲେଜରେ ଏକ ରକରମ ଅଚଳାବସ୍ଥା ହୋଇ ଯାଇଛି । ପରିସ୍ଥିତି ଏପରି ହୋଇଛି ତିନି ବର୍ଷହେବ ଆଉ କଲେଜରେ ନାମଲେଖା ହେଉନାହିଁ । ଯେଉଁପିଲା ପାଠପଢୀ ପାସ କରି ସାରିଲେଣି ସେମାନଙ୍କୁ ସାଟିଫିକେଟ ମିଳୁନାହିଁ । ତେରମାସ ହେବ କଲେଜ କର୍ମଚାରୀ ଦରମା ବି ପାଇ ନାହାଁନ୍ତି ।
ଏ ହେଉଛି ଓଡିଶାର କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମାଇନିଂ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି ବା (କାଇମେଟ) କଲେଜ । ୧୯୮୯ ମସିହାରେ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଅଞ୍ଚଳରେ ଏହି କଲେଜ ଟି ଗଢିଉଠିଥିଲା । ସ୍ଥାନୀୟ ଅଞ୍ଚଳର କିଛି ଜଣ ସାଧାରଣଙ୍କ ସହଯୋଗରେ ଏକ ଟ୍ରଷ୍ଟବୋର୍ଡ ଜରିଆରେ ଚାଲିଥିଲା ଏହି କଲେଜ । ମାତ୍ର ଏବେ ଟ୍ରଷ୍ଟ ବିବାଦକୁ ନେଇ ବନ୍ଦ ହେବାକୁ ବସିଛି ଏହି କଲେଜ । ସୂଚନା ଅନୁସାରେ ୧୬ ବର୍ଷତଳେ କିଛି ଟ୍ରଷ୍ଟି ସଦଶ୍ୟଙ୍କର ମୃତ୍ୟୁ ହୋଇ ଯିବାରୁ କଲେଜକୁ ଚଳାଇବା ପାଇଁ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ବେଶ କିଛିଦିନ ସୁରୁଖୁରୁରେ କଲେଜ ଚାଲିଥିବା ବେଳେ ବର୍ତ୍ତମାନର ଟ୍ରଷ୍ଟ ଅଧକ୍ଷ ବଂଶୀଧର ପ୍ରଧାନ କୋର୍ଟରେ ମାମଲା କରୀ କଲେଜକୁ ନିଜ ଅଧୀନରେ ରଖୀ ଚଳାଇବା ପାଇଁ ଯୋଜନା କରିଛନ୍ତି । ଯାହାକୁ ନେଇ ତିନି ବର୍ଷ ହେବ ଲାଗି ରହିଛି ଏଭଳି ଅବସ୍ଥା । ମାମଲା କୋର୍ଟରେ ଥିବାରୁ ଜିଲ୍ଲା ପ୍ରଶାସନ ମଧ୍ୟ କଲେଜ ପରିଚାଳନା ଦିଗରେ କିଛି ମୁଣ୍ଡ ପୁରାଉନାହିଁ । ସେପଟେ ଜିଲ୍ଲାପାଳ ହସ୍ତକ୍ଷେପ କରି କଲେଜ ଚଲାନ୍ତୁ ବୋଲି ସ୍ଥାନୀୟ ଅଞ୍ଚଳର କିଛି ବୁଦ୍ଧିଜୀବୀ ଓ କଲେଜ କର୍ମଚାରୀ ଛେଣ୍ଡିପଦା ତହସିଲ ଅଫିସ ସମ୍ମୁଖରେ ଆମରଣ ଅନଶନ ଚଳାଇଛନ୍ତି । ଏନେଇ ସ୍ଥାନୀୟ ବିଧାୟକ ସୁଶାନ୍ତ ବେହେରା କହିଛନ୍ତି କଲେଜ ଏବେ ଶିଙ୍ଗିଲ ଟ୍ରଷ୍ଟ ମାଲିକାନାରେ, ଅନୁଷ୍ଠାନକୁ ବଞ୍ଚାଇ ରଖିବା ଦିଗରେ ସେ ନାଚାର ।