(ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ପାଳଙ୍କ କକ୍ଷରେ ଆସନ୍ତା ୮ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱ ପ୍ରସିଦ୍ଧ ବଳିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ବସିଛି । ସୋନପୁର ଉପଜିଲ୍ଲାପାଳ ବଳରାମ ମଲ୍ଲିକଙ୍କ ଆହାନ କ୍ରମେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ମଧୁସୂଦନ ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ଦେବି ପ୍ରସଦ ମିଶ୍ର, ଉପସ୍ଥିତ ରହି ଚଳିତ ବର୍ଷ ଯାତ୍ରା କିଭଳି ସୁରୁଖୁରୁରେ ସଂପୂର୍ଣ୍ଣ ହେବ ସେନେଇ ଆଲୋଚନା କରିଥିଲେ । ସେହିପରି ରାଜା ରାଜୁଡାରୁ ଅମଳରୁ ଚାଲି ଆସୁଥିବା ଏହି ମହାବଳୀ ଯାତ୍ରା ୧୬ ଦିନ ଧରି ବିଭିନ୍ନ ଶକ୍ତି ପିଠରେ ପାଳନ କରାଯିବ । ଏହି ବୈଠକରେ ପ୍ରସାଶନିକ ଅଧିକାରୀ, ବରିଷ୍ଠ ନାଗରିକ, ବରୁଆ, ଡାଙ୍ଗୁଆ ଓ ସେବାୟତମାନେ ଉପସ୍ଥିତ ଥିଲେ ।