ମାଲକାନଗିରି ଜିଲ୍ଲାରେ ମା ନାକଟେଶ୍ୱରୀଙ୍କ ଯାତ୍ରା ଆରମ୍ଭ

(ସୂର୍ଯ୍ୟକାନ୍ତ ବେହେରା)ମାଲକାନଗିରି: ମାଲକାନଗିରି ସହରର ପ୍ରସିଦ୍ଧ ଦେବୀ ମା ନାକଟେଶ୍ୱରୀଙ୍କ ଯାତ୍ରା ଗତକାଲିଠାରୁ ଆରମ୍ଭ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାଉଁଶ ଲାଠି ମାଆଙ୍କର ଯାତ୍ରା ସ୍ଥାନକୁ ଆସିଥିଲା। ସନ୍ଧ୍ୟାରେ ବାଉଁଶ ଲାଠି ସହ ବାଜା ବଜାଇ ବାଣ ଫୁଟାଇ ମାଆଙ୍କ ଶୋଭାଯାତ୍ରା ମାଲକାନଗିରି ସହର ପରିକ୍ରମା କରିଥିଲା। ରାସ୍ତାର ଉଭୟ ପାର୍ଶ୍ଵରେ ମାଙ୍କ ଦର୍ଶନ ପାଇଁ ଲୋକମାନେ ଫୁଲ ,ଚନ୍ଦନ ହଲଦୀପାଣି ଚାଉଳ କ୍ଷୀର ପକାଇ ସ୍ୱାଗତ କରୁଥିଲେ। ଏହି ଯାତ୍ରା ତିନିଦିନ ଧରି ଚାଲିବ। ଏହା ସହ ଵିଭିନ୍ନ ଆଦିବାସୀ ନୃତ୍ୟ ରେ ମୁଖରିତ ହୋଇଥିଲା ସାରା ସହର। ପୂଜାରୀମାନେ ନିଜନିଜ ପାରମ୍ପାରିକ ବେଶଭୁଷାରେ ସାଜିତ ହୋଇ ନୃତ୍ୟ କରୁଥିବାର ଦେଖିବାକୁ ମିଳିଥିଲା। ବାଉଁଶ ଲାଠି ଓ ମାଙ୍କୁ କାନ୍ଧରେ ଧରି ସହର ର ଯୁବକମାନେ ନାଚି ନାଚି ସହରରେ ବୁଲିଥିଲେ। ମନ୍ଦିର ପାଖରେ ସମସ୍ତଙ୍କ ମନୋରଞ୍ଜନ ପାଇଁ ମିନାବଜାର ସହ ଦୋଳି ଆସର ଦେଖିôବାକୁ ମିଳିଛି। ସହରର ଭିଡ଼ କୁ ଦେଖି ପୋଲିସ ପକ୍ଷରୁ ମଧ୍ୟ ଆଇନ ଶୃଙ୍ଖଳା ବ୍ୟବସ୍ଥା କରାଯାଇଛି।