କୂଅ ଭିତରୁ ମିଳିଳା ଦୁଇ ଭଉଣୀଙ୍କ ମୃତ ଦେହ

(ସୌମ୍ୟ ରଂଜନ ସେଠୀ): ଗଜପତି ଜିଲ୍ଲା ମୋହନା ବ୍ଲକ ଛେଳିଗଡ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସେହି ଗାଁର ପ୍ରମୋଦ ଆଚାରୀଙ୍କ ଦୁଇଝିଅ ୧୯ ବର୍ଷୀୟ ସ୍ୱପ୍ନା ଆଚାରୀ ଓ ୧୫ ବର୍ଷର କସ୍ତୁରୀ ଆଚାରୀଙ୍କ ମୃତଦେହକୁ ଶନିବାର ସକାଳୁ ଏକ କୂଅ ଭିତରୁ ଉଦ୍ଧାର କରାଯାଇଛି। ତେବେ ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇପାରିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ପାରଳାଖେମୁଣ୍ଡି ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ ପ୍ରମୋଦ ଆଚାର୍ୟ୍ୟଙ୍କ ୫ ଝିଅ । ବଡ ଝିଅକୁ ବିବାହ ଦେଇଥିବା ବେଳେ ଅନ୍ୟଏକ ଝିଅର ବିବାହ ପ୍ରସ୍ତାବ ଆସିଥିଲା । ବିବାହ ପ୍ରସ୍ତାବ ଭାଂଗି ଯିବାରୁ ମାନସିକ ଭାରସାମ୍ୟ ହରାଇ ସେମାନେ ଗତକାଲି ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। । ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଛାନଭିନ୍ ଆରମ୍ଭ କରିଛି । ଆଜି ସକାଳୁ ଦୁହିଁଙ୍କର ମୃତଦେହକୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ କୂଅ ଭିତରୁ ଉଦ୍ଧାର କରିଛନ୍ତି। ଘର ପାଖରେ ଥିବା କୂଅରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।