(ପାରାଦ୍ବୀପ / ପ୍ରଶାନ୍ତ କୁମାର ସ୍ବାଇଁ) : ପାରାଦ୍ବୀପ ସମୁଦ୍ରରେ ଫସିଗଲା ବୋଟ। ମାଛ ମାରିବା ପାଇଁ ଯିବା ସମୟରେ ମୁହାଣ ନିକଟରେ ବାଲିରେ ଫସିଯିବାରୁ ଘଟିଛି ଏଭଳି ଅଘଟଣ। ବୋଟ୍ ରେ ଫସି ରହିଛନ୍ତି ୭ ଜଣ ମସ୍ର୍ୟଜିବୀ ।ବର୍ତ୍ତମାନ ସମୁଦ୍ରରେ ଭଟ୍ଟା ଥିବାରୁ ସେମାନଙ୍କୁ ଉଦ୍ଧାର କରିବାରେ ସମସ୍ୟା ଦେଖା ଦେଇଛି। ମତ୍ସ୍ୟଜୀବୀ ମାନେ ଅନ୍ୟ ବୋଟ୍ ଯନ୍ତ୍ର ଚାଳିତ ଡଙ୍ଗା ସାହାଯ୍ୟରେ ଉକ୍ତ ବୋଟ୍ କୁ ଟାଣିବା ପାଇଁ ପ୍ରୟାସ ଜାରି ରହିଛି। କିଛି ଦିନ ତଳେ ପାରାଦ୍ବୀପ ବନ୍ଦର ପକ୍ଷରୁ ଏହି ମୁହାଣ ଖୋଳା ଯାଇଥିବା ବେଳେ ବୋଟ୍ ଟି ମୁହାଣରୁ ବାହାରି ଯିବା ପରେ ବାଲିରେ ଲାଖି ରହିଛି। ଓଁ ବାସୁଦେବ -୨ ନାମକ ଉକ୍ତ ବୋଟ୍ ଟି ଚନ୍ଦ୍ର ଶେଖର ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କର। ଆଜି ସକାଳୁ ସେ ସମୁଦ୍ରକୁ ମାଛ ମାରିବା ପାଇଁ ଯାଉଥିଲା। ଏବେବି ଘଟଣା ସ୍ଥଳରେ ପହଞ୍ଚି ନାହିଁ ମେରାଇନ୍ ପୋଲିସ୍।