ଅତିଥି ସାଜି ଚୋରି, ଜଣେ ଗିରଫ

(ଆଦର୍ଶ ରାଉତ)ରିପୋର୍ଟସଟୁଡେ: ଧରାପଡ଼ିଲା ଗିଫ୍ଟ ଲୁଟେରା । ବାହାଘର ରିସେପସନ୍‌ ପାର୍ଟିରୁ ଲୁଟ କରୁଥିବା ଲୁଟେରାକୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । ବିଭିନ୍ନ ବିବାହ ଭୋଜିକୁ ଯାଇ ଅତି ଚତୁରତାର ସହ ଗିଫ୍‌ଟ ଲୁଟ୍‌ କରି ଫେରାର ହୋଇଯାଉଥିଲା । ଏନେଇ ଖଣ୍ଡଗିରି ଥାନାରେ ଦୁଇ ମାସ ତଳେ ଦୁଇଟି ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ଚୋର ଉପରେ ନଜର ରଖବଲା ପୋଲିସ । ଗତକାଲି ଅଭିଯୁକ୍ତକୁ ଗିରଫ କରିଛି ଖଣ୍ଡିଗିରି ଥାନା ପୋଲିସ । ଗିରଫ ହେବା ପରେ ଅଭିଯୁକ୍ତ ନିକଟରୁ ପିଇସା ପଶିଥିବା ଖାମ୍ ସୁନା ରୂପା ଅଳଙ୍କାରର ଜବତ କରାଯାଇଛି । ଜବତ କରାଯାଇଥିବା ଖାମ୍ ଗୁଡିକରୁ ପାଖାପାଖି ୪ଲକ୍ଷ ଟଙ୍କା ଜବତ କରାଯାଇଛି । ଗିରଫ ହେବା ପରେ ଆଉ ଏକ ବାହା ଘରରୁ ଚୋରି ହୋଇଥିବା ଗିପ୍ଟ ମଧ୍ୟ ମିଳିଥିଲା । ଏନେଇ ପୋଲିସ ତଦନ୍ତ ଜାରି ରଖିଛି । ଆଉ କେଉଁ କେଉଁ ବାହା ଘରରେ ଏହି ଚୋରି ବ୍ୟକ୍ତି କରିଥିବା ଖୋଳତାଡ ଜାରି ରହିଛି ।
ସୂଚନାଯୋଗ୍ୟ,ଗତକାଲି ଚନ୍ଦ୍ରଶେଖର ପୁର ଥାନାରେ ଏକ ସମାନ ଢଙ୍କର ବାହା ଘରରୁ ଚୋରି ହୋଇଥିବା ଅଭିଯୋଗ ଆସିଥିଲା । ଗିରଫ ଅଭିଯୁକ୍ତଙ୍କୁ ପଚରାଉଚାରା ସମୟରେ ଏହି କେସ ନେଇ ମଧ୍ୟ ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଅନୁପ ସାହୁ ।