(ସରୋଜ କୁମାର ରାଉତ)ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଦିବସକୁ ଆସନ୍ତା ୫ ତାରିଖରେ ବିଜେଡି ପକ୍ଷରୁ ପାଳନ କରାଯିବ। ପ୍ରତ୍ୟେକ ବର୍ଷ ଭଳି ଏଥର ମଧ୍ୟ ଲୋକଙ୍କ ସହ ଏହି ଦିବସ ପାଳନ କରାଯିବ। ବିଜୁ ଜୟନ୍ତୀ ଦିବସଠାରୁ ୨ ସପ୍ତାହ ପର୍ୟ୍ୟନ୍ତ ଗ୍ରାମାଞ୍ଚଳରେ ପକ୍କାଘର ପାଇ ନ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ‘ପକ୍କାଘର ଯୋଗ୍ୟତା କାର୍ଡ’ ପ୍ରଦାନ କରାଯିବ। ତେବେ କାର୍ଡ଼ ବଣ୍ଟନକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ,ଏହା ଭଲ କଥା। ହେଲେ ହିତାଧିକାରୀ ଚୟନ ରେ ପ୍ରିୟପ୍ରୀତି ହେଲେ କଂଗ୍ରେସ ରାସ୍ତାଘାଟରେ ସରକାରଙ୍କୁ ଘେରିବ। ତେବେ ଏହାର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ। ସେ କହିଛନ୍ତି ଯେ ବିରୋଧିଙ୍କ କାମ ସରକାରଙ୍କୁ ସମାଲୋଚନା କରିବା, ସେମାନେ ତାଙ୍କ କାମ କରୁଛନ୍ତି। ଆମେ ଆମ କାମ କରୁଛୁ। ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ଯୋଗ୍ୟତା କାର୍ଡ ର ବ୍ୟବସ୍ତା ହୋଇଛି