(ଜୟନ୍ତ କୁମାର ସେଠୀ)ଗୋପ: ପ୍ରଳୟଙ୍କାରୀ ବାତ୍ୟା ଫନୀକୁ ବିତିଯାଇଛି ୧୦ମାସ। ଏହି ୧୦ ମାସ ଭିତରେ ଘର ଖଣ୍ଡିଏ ପାଇ ପାରୁ ନାହାଁନ୍ତି ଅସହାୟ ଲୋକ ମାନେ । ଭଙ୍ଗା କୁଡିଆ ତଳେ କଟୁଛି ଜୀବନ। ଦିନରେ ସୂର୍ଯ୍ୟ କିରଣ ପଡୁଥିବା ବେଳେ ରାତିରେ ଚନ୍ଦ୍ର କିରଣ ପଡ଼଼ୁଛି ଘର ଭିତରେ। ଏହି ଭଙ୍ଗା କୁଡିଆ ରେ ପିଲାଛୁଆ ଙ୍କୁ ଧରି ଅତି ଦୟନୀୟ ଅବସ୍ଥାରେ ଖରା ବର୍ଷା ଶୀତ କାକରରେ ଦୀର୍ଘ ୧୦ମାସ ହେଲା ପଡିରହିଛି ଅସହାୟ ଲୋକ ମାନେ। ନା ଏମାନଙ୍କୁ ମିଳୁଛି ସରକାରଙ୍କ ସହାୟତା ରାଶି ନା ସେମାନେ କରିପାରୁଛନ୍ତି ଘରଟିଏ। ସରକାରଙ୍କ ଆବାସ ଯୋଜନା ସେମାନଙ୍କ ପାଇଁ ପିଲଟିଛି ସାତ ସପନ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ବ୍ଲକ କୁଆଁପଡା ପଞ୍ଚାୟତ ମଦରଙ୍ଗ ଗ୍ରାମରେ । ପ୍ରଳୟଙ୍କାରୀ ବାତ୍ୟା ଫନୀ ରେ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଗୋପ ବ୍ଳକର ବିଭିନ୍ନ ଅଞ୍ଚଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଗୋପ ବ୍ଳକର ହଜାର ହଜାର ଲୋକ ଘର ଦ୍ବାର ହରାଇ ସର୍ବସାନ୍ତ ହୋଇଯାଇଛନ୍ତି। ଏମାନଙ୍କୁ ସରକାରଙ୍କ ତରଫରୁ ମିଳିଛି ଖଣ୍ଡେ ପଲିଥିନ ତାହାକୁ ନେଇ ଆଜିକୁ ପ୍ରାୟ ୧୦ ମାସ ହେବ ଜୀବନ କାଟୁଛନ୍ତି ଅସହାୟ ଲୋକ ମାନେ। ଏଠାରେ ପ୍ରଶ୍ନ ଉଠେ ଯଦି ଅସହାୟ ଲୋକମାନେ ଘର ଖଣ୍ଡେ ଦିଆଯାଇ ପାରୁନି ତେବେ ଓଡିଶାକୁ ମିଳିଥିବା ଫନି ସହାୟତା ରାଶି ଗଲା କୁଆଡେ। ଏହି ଅସହାୟ ଲୋକ ମାନେ ଘର ଖଣ୍ଡେ ପାଇଁ ବହୁତ ଥର ସରକାରଙ୍କର ଦ୍ୱାରସ୍ଥ ହେଲେଣି କିନ୍ତୁ କେହି ଶୁଣୁ ନାହାଁନ୍ତି ସେମାନଙ୍କର କଥା।