(ଜ୍ୟୋତିରଂଜନ ଧର)କଣିହାଁ: ଅନୁଗୋଳ ଜିଲ୍ଲା କଣିହାଁ ଗ୍ରାମବାସୀଙ୍କ ଆନୁକୂଲ୍ୟରେ କଣିହାଁ ହାଟ ଛକ ନିକଟରେ ନବନିର୍ମିତ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବଙ୍କର ମୂର୍ତି ମନ୍ଦିରର ପ୍ରତିଷ୍ଠା ଉତ୍ସବ ଗତ ଗୁରୁବାର ଠାରୁ ଚାଲିଥିବା ବେଳେ ଶନିବାର ଦିନ ଏହା ଉଦଯାପିତ ହୋଇଯାଇଛିା ଉଦଯାପନୀ ଉତ୍ସବ ଅବସରରେ ତାଳଚେର ଲୋକପ୍ରିୟ ବିଧାୟକ ବ୍ରଜ କିଶୋର ପ୍ରଧାନ ସାମିଲ ହୋଇ ଯଜ୍ଞ କୁଣ୍ଡରେ ପୂର୍ଣ୍ଣାହୁତି ଅର୍ଘ୍ୟ ଅର୍ପଣ କରିଥିଲେ। ଗତକାଲି ଅନ୍ତିମ ଦିନରେ ସୂର୍ଯ୍ୟପୂଜା, ରୁଦ୍ରାଭିଷେକ, ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଯାକଜକମରେ ପାଳିତ ହୋଇଥିଲା। କଣିହାଁ କୃଷକ ସମାଜ ତଥା ମନ୍ଦିର କମିଟି ପକ୍ଷରୁ ହଜାର ହଜାର ଦର୍ଶନାର୍ଥୀ ଓ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥଲା। ସ୍ଥାନୀୟ ଟୋଲକବେଡା, ଟାକୁଆ, ପଟ୍ଟାଖମଣ, କଣିହାଁ, କଂସମୁଣ୍ଡା, ପଥରମୁଣ୍ଡା, ହନୁମାନପୁର, ଡେରେଙ୍ଗ, ବିଜିଗୋଳ, ରଙ୍ଗବେଡା, ଗଦାଶିଳା, ସାରଥିପାଳ ଆଦି ଗ୍ରାମର ହଜାର ହଜାର ଶ୍ରଦ୍ଧାଳୁ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇ ବିଭୁକୃପା ଲାଭ କରିଥିଲେ। ଆଦିତ୍ୟ ପ୍ରଧାନ, ହରମୋହନ ସାହୁ, କେଶବ ଚନ୍ଦ୍ର ସାହୁ, ଅବନୀ କୁମାର ସାହୁ, ଦାଶରଥି ସାହୁ, ଦ୍ୱିଲୋକ କୁମାର ସାହୁ, ପ୍ରଦ୍ୟୁମ୍ନ କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ, ଅଭୟ କୁମାର ପ୍ରଧାନ, ଅଜୟ କୁମାର ସାହୁ, ଧରଣୀଧର ସାହୁ, ଆଲୋକ ସାହୁ, ଦିବାକର ସାହୁ, ପଦ୍ମ ସାହୁ, କଳାକର ସାହୁ, ଶୁଶାନ୍ତ ସାହୁ, ଭାବଗ୍ରାହୀ ସାହୁ, ଦିପକ ସାହୁ, ଡିଲେଶ୍ୱର ସାହୁ, ମଂଟୁ ସାହୁ, ଡିଲେଶ୍ୱର ସାହୁ, ରାହାସ ସାହୁ, ବାବୁଲୁ ବେହେରା, କରୁଣାକର ସାହୁ, ସୁଧାକର ପ୍ରଧାନ ପ୍ରମୁଖ ଅନ୍ୟ ମାନେ ପରିଚାଳନା ଦାୟିତ୍ୱ ତୁଲାଇଥିଲେ ।