(ଓମ ପ୍ରକାଶ ମିଶ୍ର)ସୁବର୍ଣ୍ଣପୁର: ରାଜ୍ୟରେ ଆଜିଠାରୁ ନୂଆ ଟ୍ରାଫିକ୍ ନିୟମକୁ କଡାକଡି ଭାବେ ପାଳନ କରାଯାଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ମନୁମୁଣ୍ଡା – ସୋନପୁର ମୁଖ୍ୟ ରାସ୍ତାରେ ଥିବା କୁଞ୍ଜ ହୋଟେଲ ଛକଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଓ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍ ଟି ଓ) ରବିନ ପଟ୍ଟନାୟକ ଉପସ୍ଥିତ ରହି ରାସ୍ତାରେ ଆସୁଥିବା ଗାଡ଼ିମଟର ଚାଳକ ମାନଙ୍କୁ ଅଟକାଇ ସେମାନଙ୍କ ଠାରୁ ଇ ମେସିନ ବ୍ୟବହାର କରି ଯାଞ୍ଚ କରିଥିଲେ।ବିନା ହେଲମେଣ୍ଟ ରେ ଗାଡିଚାଳନା , ମୋବାଇଲ ଫୋନରେ କଥା ହୋଇ ଗାଡି ଚାଳନା ଓ ତିନିଜଣ ବସିଥିବା ଗାଡି ଚାଳକ ମାନଙ୍କୁ ମଧ୍ୟ ଏକ ମିଳିତ ସ୍କ୍ୱାର୍ଡ଼ ଗଠନ କରି କଡାକଡି ଭାବେ ଯାଞ୍ଚ କରି ଆଇନ ଉଲଙ୍ଘନ କରୁଥିବା ବ୍ୟକ୍ତିଙ୍କୁ ଫାଇନ କରୁଥିବା ଦେଖିବାକୁ ମିଳିଛି।ଏହି ଗାଡି ମୋଟର ଯାଞ୍ଚ ରେ ସୋନପୁର ଏସଡିପିଓ ମିହିର ପଣ୍ଡା, ଆଞ୍ଚଳିକ ପରିବହନ ସହକାରୀ ଅଧିକାରୀ ସୁବାସିସ୍ ସାହୁ, ମୋଟରଯାନ ଜୁନିୟର ଏମଭିଆଇ ଜନପ୍ରତାପ କୁଲୁ, ସୋନପୁର ଟାଉନ ଥାନା ଆଇଆଇସି ଲୋକେଶ୍ୱର ସାହୁ, ଏଏସଆଇ ଅଭିନାଶ ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ।