ଭାରତୀୟ ବନ୍ଦର ମଜଦୁର ସଂଘର ପ୍ରତିଷ୍ଠାତାଙ୍କ ଜନ୍ମ ଶତବାର୍ଷିକୀ

(ପ୍ରଶାନ୍ତ କୁମାର ସ୍ବାଇଁ) ପାରାଦ୍ୱୀପ : ବିଶିଷ୍ଟ ଶ୍ରମିକ ନେତା ତଥା ଭାରତୀୟ ବନ୍ଦର ମଜଦୁର ସଂଘ ର ପ୍ରତିଷ୍ଠାତା ଶ୍ରୀ ଦତ୍ତାତ୍ରେୟ ବାପୁରାଓ ଠେଙ୍ଗଡୀ ଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ପାରାଦ୍ୱୀପ ଜୟଦେବ ସଦନ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ବନ୍ଦର ମଜଦୁର ସଂଘ ପାରାଦ୍ୱୀପ ପକ୍ଷରୁ ଆୟୋଜିତ ଏହି ସମାରୋହରେ ସଙ୍ଘର ରାଷ୍ଟ୍ରୀୟ ଉପସଭାପତି ଜଗଦୀଶ ରାଓ, କୃଷ୍ଣ ଚନ୍ଦ୍ର ମିଶ୍ର, ଦୋଳଗୋବିନ୍ଦ ଦାଶ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶ୍ରମିକ ମାନଙ୍କ ସମସ୍ୟା ଓ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିବା ସହିତ ଏହାର ସମାଧାନ ପାଇଁ ପ୍ରୟାସ ଜାରି ରହିବ ବୋଲି ପ୍ରକାଶ କରିଥିଲେ। ଏଥିରେ ଭାରତୀୟ ବନ୍ଦର ମଜଦୁର ସଂଘ ପାରାଦ୍ୱୀପ ଶାଖାର ସଭାପତି ରାଜେଶ ପଟ୍ଟନାୟକ ସଭାପତିତ୍ବ କରିବା ସହିତ ଆଗାମୀ ଦିନରେ ପାରାଦ୍ୱୀପ ର ବିଭିନ୍ନ କମ୍ପାନୀ ରେ କାର୍ୟ୍ୟରତ ଶ୍ରମିକଙ୍କ ମାନଙ୍କର ହକ୍ ପାଇଁ ଗଣତାନ୍ତ୍ରିକ ଉପାୟରେ ଲଢେଇ ଜାରି ରହିବ ଏବଂ ଶ୍ରମିକ ମାନେ ଏକାଠି ହେବାକୁ ଆହ୍ବାନ ଦେଇଥିଲେ।