(ଜୟନ୍ତ କୁମାର ସେଠୀ / ପୁରୀ):ପୁରୀ ଜିଲ୍ଲା କୋଣାର୍କ ଅନୁସୂଚିତ ଜନ ଜାତି ଓ ଅନୁସୂଚିତ ଜାତି ସରକାରୀ ଉଚ୍ଚ ବିଦ୍ୟାଳୟରୁ ୨ ଜଣ ଛାତ୍ର ନିଖୋଜ । ଗତକାଲି ରାତିରୁ ନିଖୋଜ ହୋଇଛନ୍ତି ୨ ଛାତ୍ର । ଅଭିଭାବକ ବିଦ୍ୟାଳୟ ଗେଟ ଭାଙ୍ଗି ବିଦ୍ୟାଳୟରେ ପଶିଲେ । ହଷ୍ଟେଲ ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକଙ୍କର ବିରୁଦ୍ଧରେ କାର୍ୟ୍ୟନୁଷ୍ଠାନ ଦାବୀ କଲେ ଅଭିଭାବକ । ଘଟଣାସ୍ଥଳରେ ପୋଲିସ ପହଁଚି ବୁଝାସୁଝା ଜାରି ରଖିଛି । ସପ୍ତମ ଓ ନବମ ଶ୍ରେଣୀର ୨ ଜଣ ଛାତ୍ର ମିଥୁନ ଦାସ ଓ ସଜୟ ଦାସ ଗତକାଲି ରାତିରେ ସ୍କୁଲରୁ ନିଖୋଜ ହୋଇଛନ୍ତି।କୋଣାର୍କ ପୋଲିସ ଖବର ପାଇଁ ପିଲାଙ୍କୁ ଖୋଜାଖୋଜି ଚଳାଇଛି ।କୋଣାର୍କ ନିକଟ ନଳକଣ ଗ୍ରାମର ସଜୟ ଦାସ ବ୍ରହ୍ମଗିରିର ମିଥୁନ ଦାସ ପରିବାର ଖବର ପାଇଁ ସ୍କୁଲରେ ପହଞ୍ଚି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପଚରା ଉଚରା କରିବାରୁୁ ତାଙ୍କୁ ଦୁର୍ବବ୍ୟବହାର କରିଛନ୍ତି ବୋଲି ନିଖୋଜ ଛାତ୍ରଙ୍କ ଅଭିଭାବକ କହିଛନ୍ତି ।