ଅଲୋଡ଼ା ହୋଇ ପଡ଼ିଛି ଶହୀଦଙ୍କ ସ୍ତୁତି ପୀଠ

(ଶୁଭସ୍ମିତା ଦାଶ): ଇଂରେଜଙ୍କ ବକଳରୁ ଭାରତକୁ ମୁକ୍ତି କରିବା ପାଇଁ କେତେ ସ୍ୱାଧୀନତା ସଂଗ୍ରାମୀ କାରାବାରଣ କରିବା ସହ ନିଜକୁ ବଳିଦାନ ମଧ୍ୟ କରିଛନ୍ତି । ଭାରତର ସ୍ୱାଧୀନତା ଅନ୍ଦୋଳନରେ ସଂଗ୍ରାମୀମାନେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି । ଆନ୍ଦୋଳନରେ ଭାରତର କୋଣ ଅନୁକୋଣରୁ ସ୍ୱାଧିନତା ସଂଗ୍ରାମୀ ଭାଗ ନେଇଥିଲେ । ସେଥିରେ ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ୍ ତୁଡ଼ିଗୁଡ଼ିଆର କିଛି ସଂଗ୍ର୍ରାମୀ ସାମିଲ ହୋଇଥିଲେ । ଇତିହାସରେ ମଧ୍ୟ ଏହି ସ୍ଥାନକୁ ଲିପିବଦ୍ଧ କରାଯାଇଛି । ତେଣୁ କରି ଏହି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯାଇଛି । ମାନ୍ୟତା ମିଳିଥିଲେ ମଧ୍ୟ ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ପାଳିନ କରାଯାଉଥିବା ବେଳେ ଏହି ସ୍ଥାନଟି ଅବହେଲିତ ଅବସ୍ଥାରେ ପଡ଼ିଛି । ଆନ୍ଦୋଳନରେ ଭାଗ ନେଇ ଥିବା ସ୍ଥାନୀୟ ଅଂଚଳର ସ୍ୱାଧୀନତା ସଂଗ୍ରାମୀଙ୍କ ଉଦେଶ୍ୟରେ ତିଆରି ସ୍ମୃତି ପୀଠର ଉନ୍ନତି ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ମାତ୍ର ଜମି ବିବାଦ ଯୋଗୁଁ ଏହି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି ।

ଉପଯୁକ୍ତ ରକ୍ଷଣାବେକ୍ଷଣର ଅଭାବ ହେତୁ ସ୍ତୁତି ପୀଠ ଚାରିଆଡ଼ ଅପରିସ୍କାର ହୋଇ ପଡ଼ିରହିଛି । କେତେକ ସ୍ଥାନରେ ଫାଟ ସୃଷ୍ଟି ହେଲାଣି । ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ରହିଛି ଏହି ପୀଠ । ତେଣୁ କରି ପର୍ଯ୍ୟଟକମାନେ ଏଠାକୁ ଆସିବାକୁ ଇଚ୍ଛା ପ୍ରକାଶ କରୁନାହିଁନ୍ତ । ଫଳରେ ଉକ୍ତ ସ୍ଥାନଟି ଦିନକୁ ଦିନ ନିଜର ଗୁରୁତ୍ୱ ହରାଇ ବସୁଛି । ବାରମ୍ବାର ଏନେଇ ପ୍ରଶାସନ ଅଧୀକାରୀଙ୍କୁ ଏନେଇ ଅବଗତ କରାଯାଇଥିଲା ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରରିଛନ୍ତି । ଏହି ପରିପେକ୍ଷୀରେ ସରକାରଙ୍କଠୁ ଆସିଥିବା ଟଙ୍କାର ବିନିଯୋଗ କରି ଏହି ସ୍ତୁତି ପୀଠର ଉନ୍ନତି କରଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ଥିବାବେଳେ ଏହି ପୀଠକୁ ଅବହେଳିତ ଅବସ୍ଥାରୁ ଉଦ୍ଧାର କରିବା ପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।

ସୁଚନା ଅନୁସାରେ ତୁଡ଼ିଗଡ଼ିଆର ବୈଦ୍ୟନାଥ ରାଉତଙ୍କ ନେତୃତ୍ୱରେ ୧୯୪୨ରେ ଭାରତ ଛାଡ଼ ଆନ୍ଦୋଳନ ଡ଼ାକରା ହୋଇଥିଲା । ଏହି ଆନ୍ଦୋଳନରେ ଏହି ଅଚଂଳର ଭାଗ ନେଇ କୃଷ୍ଣଚନ୍ଦ୍ର ପଣ୍ଡା, ଚିନ୍ତାମଣୀ ପଣ୍ଡା, ନିଧି ସାହୁ , ମଧୁ ଦାସ, ଅନନ୍ତ ପଣ୍ଡା, ସମେତ ୨୦ ଜଣ ସଂଗ୍ରାମୀ ଭାଗ ନେଇ କାରାବରଣ କରିଥିଲେ । ଅନ୍ୟପଟେ ଆନ୍ଦୋଳନ ଚାଲିଥିବା ସମୟରେ ଇଂରେଜଙ୍କ ଗୁଳିରେ ସ୍ୱାଧୀନତା ସଂଗ୍ରାମୀ ମକର ଲେଙ୍କା, ରଘୁ ବେହେରା ସମେତ କେଳୁ ସାହୁ ସେହି ସ୍ଥାନରେ ମୃତ୍ୟୁ ବରଣ କରିଥିଲେ । ସେହିଦିନ ଠାରୁ ଏହି ସ୍ଥାନକୁ ରକ୍ତ ତୀର୍ଥ ତୁଡ଼ିଗଡ଼ିଆ ନାମରେ ଏକ ଶହୀଦ ସ୍ତୃତି ସ୍ତମ୍ବ ତିଆରି କରାଯାଇଥିଲା ।