( ଜଗନ୍ନାଥ ଅଗ୍ରୱାଲ): ଅନୁଗୁଳ ବଅଁରପାଳ ଥାନା ଶାଳଗାଡିଆ ଗ୍ରାମର ଅନ୍ତର୍ଯ୍ୟାମୀ ସାମଲଙ୍କ ପୁଅ ପ୍ରକାଶ ଚନ୍ଦ୍ର ସାମଲଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଗତକାଲି ଥାନାରେ ଅଭିଯୋଗ ହୋଇଥିଲା । ହତ୍ୟାକାରୀକୁ ଗିରଫ ଦାବିରେ ଥାନା ସମ୍ମୁଖରେ ଶବ ରଖି ଥାନା ଘେରାଉ କରାଯାଇଥିଲା ।
ସୂଚନାଅନୁଯାୟୀ, ଶାଳଗାଡି ଗ୍ରାମର ଅନ୍ତର୍ଯ୍ୟାମୀ ସାମଲଙ୍କ ପୁଅ ପ୍ରକାଶ ଚନ୍ଦ୍ର ସାମଲ ବଅଁରପାଳ ଥାନା ବନ୍ଦା ଶଗଡ ସାହିର ଅଭିସାହୁଙ୍କ ନିକଟରେ ଡ୍ରାଇଭର ଥିଲେ । ମଙ୍ଗଳବାର ଦିନ ପ୍ରକାଶ ନିଜ ଘରେ ଥିବାବେଳେ ଲିଙ୍କୁ ସାହୁ ନାମକ ଏକ ଯୁବକ ପ୍ରକାଶଙ୍କୁୁ ଡାକି ନିଜ ସହ ନେଇଯାଇଥିଲେ । ତାହା ପରେ ବିଳମ୍ବିତ ରାତିରେ ଦୁଇଜଣ ଯୁବକ ପ୍ରକାଶକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନା ଭର୍ତ୍ତି କରିଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନନ୍ତର କରିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ପ୍ରକାଶଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିବା ସହ ତୁରନ୍ତ ଅଭିଯୁକ୍ତଙ୍କୁ ଗରିଫ ଦାବି ନେଇ ସ୍ଥାନୀୟ ଲୋକମାନଙ୍କ ସହ ଥାନା ଘେରାଉ କରିଥିଲେ ।