(ସୂର୍ଯ୍ୟକାନ୍ତ ବେହେରା)ମାଲକାନାଗିରି: ମାଲକାନଗିରି ପୋଲିସ ନିକଟରେ ହାର୍ଡକୋର ମାଓବାଦୀ କମୁଲୁର ଆତ୍ମସମର୍ପଣ ।ଦୀର୍ଘଦିନରୁ ସେ ମାଓ କାର୍ୟ୍ୟ କଳାପ ରେ ସମ୍ପୃକ୍ତ ଥିବା ସହ ଛତିଶଗଡ଼ର କାନଗେର ଘାଟି ଅଞ୍ଚଳରେ ଏରିଆ କମିଟି ସଦସ୍ୟ ରୂପେ କାର୍ୟ୍ୟ କରୁଥିଲା। କମୁଲୁ ଦୀର୍ଘ ଦିନରୁ ମାଓ କ୍ୟାଡ଼ର ରୂପେ କାର୍ୟ୍ୟ କରୁଥିବା ବେଳେ ଛତିଶଗଡ଼ ଇରମ ଘାଟି ଆକ୍ରମଣରେ ମୁଖ୍ୟ ଭୂମିକା ନେଇଥିଲା। କମୁଲୁ ନାମରେ ୫ ଲକ୍ଷର ପୁରସ୍କାର ରାଶି ଥିବା ବେଳେ ସେ ପୂର୍ବରୁ ଥିବା ମାଓ ଅନୁଶାସନ ରେ ପରିବର୍ତ୍ତନ ହେବା ଯୋଗୁଁ ସେ ମାଓବାଦୀ ପାର୍ଟି ଛାଡି ମୁଖ୍ୟ ସ୍ରୋତ ରେ ସାମିଲ ପାଇଁ ଆଜି ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ସରକାରୀ ନିୟମ ଅନୁଯାୟୀ ତାକୁ ଥଇଥାନ କରାଯିବ ବୋଲି ଡି ଆଇଜି ସଫିନ ଏହେମଦ କେ ମତ ରଖିଛନ୍ତି।