(ସୌମ୍ୟ ରଂଜନ ସେଠୀ): ଆଜି ବିଶ୍ୱ ପର୍ଯ୍ୟଟନ ଦିବସ । ୧୯୮୦ରୁ ଏହି ଦିନଟିକୁ ଆନ୍ତର୍ଜାତୀୟ ସ୍ତରରେ ପର୍ଯ୍ୟଟନ ଦିବସ ଭାବରେ ପାଳନ କରାଯାଉଛି । ପର୍ଯ୍ୟଟନ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ଏହାର ଲକ୍ଷ୍ୟ । ଆଜି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରୁଛି । ରାଜଧାନୀର ବଡ ବଡ କୋଠା ଠାରୁ ଆରମ୍ଭ କରି ପର୍ଯ୍ୟଟନ ଅଫିସ, ଭୁବନେଶ୍ୱର ରେଳ ଷ୍ଟେସନ, ଜୟଦେବ ବାଟିକା ଓ ଧଉଳି ଶାନ୍ତି ସ୍ତୂପକୁ ସଜା ଯାଇଛି ।
ଆଜି ବିମାନବନ୍ଦର ଓ ରେଳ ଷ୍ଟେସନରେ ପର୍ଯ୍ୟଟକଙ୍କୁ ପାରମ୍ପରିକ ଢଙ୍ଗରେ ଫୁଲଚନ୍ଦନ ଦେଇ ସ୍ୱାଗତ କରାଯାଇଛି । ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କଟକ ବାରବାଟୀ ଦୁର୍ଗରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ ହୋଇଛି ।