ଜାତୀୟ ଓପନ ଦୌଡ଼କୁଦ ଖେଳାଳିଙ୍କ ପାଇଁ ଖୁସି ଖବର

(ଶୁଭସ୍ମିତା ଦାଶ): ଜାତୀୟ ଓପନ ଦୌଡ଼କୁଦ ଖେଳାଳିଙ୍କ ପାଇଁ ରାଜ୍ୟ ସରକାର ପୁରସ୍କାର ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ ପ୍ରଥମ ସ୍ଥାନ ଅଧିକାର କରିଥିବା ଖେଳାଳି ଙ୍କୁ ୧୦,୦୦୦, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଖେଳାଳିଙ୍କୁ ୭,୫୦୦ ତୃତୀୟ ସ୍ଥାନ ପାଇଁ ୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ଏନେଇ ମଙ୍ଗଳବାର ଦିନ ରାଜ୍ୟ ସରକାର ବିଦ୍ଧିବଦ୍ଦ ଭାବେ ଘୋଷଣା କରିଛନ୍ତି । ଗତ ବର୍ଷ କଳିଙ୍ଗ ଷ୍ଟାଡ଼ିୟମରେ ଏସୀୟ ଦୌଡ଼କୁଦର ଭାରତୀୟ ବିଜେତାଙ୍କୁ ରାଜ୍ୟ ସରକାର ମୋଟା ଅଙ୍କର ଆର୍ଥିକ ରାଶି ପ୍ରଦାନ କରିଥିଲେ । ସ୍ୱର୍ଣ୍ଣ ପାଇଁ ୧୦ଲକ୍ଷ, ରୋପ୍ୟ ପାଇଁ ୭.୫ ଲକ୍ଷ ଏବଂ କାଂସ୍ୟ ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ।